ହେଡଲାଇନସ୍:

ନୂଆ ଅବତାରରେ ଅଭିନେତ୍ରୀ ଅନୁ ଚୌଧୁରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଗୁନିଆ ପଲିଟିକ୍ସ : ଅନୁ ଇନ, ଋଷଭ ଆଉଟ 

ଭୁବନେଶ୍ୱର : ଅନୁସୂୟା ଦାଶ ଚୌଧୁରୀ ଓରଫ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିବ | ସିନେମା ମୈଦାନରେ ବେଶ କିଛି ଦିନ ରାଜ କରିବା ପରେ ଗତ  କିଛି ବର୍ଷ ହେଲା ରାଜନୀତିରେ ସେ ସକ୍ରିୟ ରହିଛନ୍ତି | ଯଦିଓ ସେମିତି ଆଖିଦୃଶିଆ ପଦ ପଦବୀରେ ନାହାନ୍ତି, ତଥାପି ବିଜେପିର ପ୍ରଚାର ଟିମର ସେ ଥିଲେ ଆକ୍ଟିଭ ମେମ୍ବର | ଏବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ନେଇଛନ୍ତି ଭରସାକୁ |  ଦେଇଛନ୍ତି ନୂତନ ତଥା ଗୁରୁତ୍ୱପୂର୍ଣ ଦାୟିତ୍ୱ |  ଅନୁ ଏଣିକି ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ସାଂସଦ ଅପରାଜିତାଙ୍କ  ପ୍ରତିନିଧି ଭାବେ  କାର୍ଯ୍ୟ କରିବେ ବୋଲି ଅପରାଜିତା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି |

 ବେଗୁନିଆରୁ ୨୦୧୯ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବା ଋଷଭ ନନ୍ଦଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସଂସଦ ପ୍ରତିନିଧି ଥିଲେ | ହେଲେ ହଠାତ କଣ ହେଲା କେଜାଣି, ଋଷଭଙ୍କ  ସ୍ଥାନରେ ଅନୁଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି |ବିଜେପିରେ ପରିବର୍ତ୍ତିତ ସମୀକରଣ ପରିପ୍ରେକ୍ଷୀରେ ଅପରାଜିତା କିଛି ମହତ ଉଦ୍ଦେଶ୍ୟ ରଖି ଋଷଭଙ୍କ ସ୍ଥାନରେ ଅନୁଙ୍କ ନେଇଥାଇପାରନ୍ତି |  ବେଗୁନିଆ-ବୋଲଗଡ ନିର୍ବାଚନମଣ୍ଡଳୀ ଅଧୀନରେ ଯେକୌଣସି କାର୍ଯ୍ୟକ୍ରମ ବା ବୈଠକରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଭାବରେ ଅନୁ ଚୌଧୁରୀ ଯୋଗ ଦେବେ ବୋଲି ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି |

ସଂସଦ ଶ୍ରୀମତୀ ଷଢଙ୍ଗୀ ଏକ ଟୁଇଟ ମାଧ୍ୟମରେ ଅନୁଙ୍କ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି | ଏହାର ଉତ୍ତରରେ ବି ଅନୁ ଅପରାଜିତାଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କୁ ଜଣେ ସାମ୍ନାରୁ ମୋର୍ଚାର ନେତୃତ୍ୱ ନେଉଥିବା ଜଣେ ପ୍ରେରଣାଦାୟୀ ନେତ୍ରୀ ଭାବେ ଅଭିହିତ କରିଛନ୍ତି | ବେଗୁନିଆ ବାସୀଙ୍କ ସେବା କରିବା ପାଇଁ ସୁଯୋଗ ପାଇଥିବା ଯୋଗୁ ସେ ନିଜକୁ ଧନ୍ୟ ମାନେ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ଅନୁସୂୟା |  

 

0
0
0
s2sdefault