ହେଡଲାଇନସ୍:

କାନ୍ଦୁଛି ପରିବାର, ଲୋଟୁଛି ଶୈଶବ  : ଦୟାକରି " ମୋ ସରକାର"ଙ୍କ ଟିକେ କୃପା ଦୃଷ୍ଟି ପଡିବ !!(pls see the video)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର (ରମାକାନ୍ତ  ବିଶ୍ବାଳ )-ବୟସ ଯେତିକି ନୁହେଁ, ସଂସାର ବୋଝରେ ଚାପି ହୋଇ କାଇଛି କୁନି ଝିଅ ଅରୁଣା | ନିଜ ଖୁସିକୁ ଭୁଲି ଯାଇଛି | ନିଜ କଥା କମ ଚିନ୍ତା | ହେଲେ ତା ଚିନ୍ତା ସବୁବେଳେ  ରୋଗୀଣି ମାଁ ଓ ଭିନ୍ନକ୍ଷମ ଭଉଣୀ | ଗରିବ ପରିବାରରେ ଜନ୍ମ ହେବା ତା ପାଇଁ ବୋଧ ହୁଏ ଅଭିଶାପ ପାଲଟିଯାଇଛି | ଦଇବ ଅହନ୍ତା ସାଜିଲା, ଜୀବନ କାଁ ଜାଣିବା ଆଗରୁ ବାପାକୁ ଛଡାଇ ନେଲା | ମା ରୋଗୀଣା, ଆଉ ଭଗବାନ ତା ବଡ ଭଉଣୀକୁ ଦିବ୍ୟାଙ୍ଗ କରି ଜନ୍ମ ଦେଇଛନ୍ତି | ବାପା ଥିଲେ ଦୁଃଖେ କଷ୍ଟେ ଚଳାଇ ନେଉଥିଲେ | ହେଲେ ବାପାଂକ ଦେହାନ୍ତ ଏଇ କୁନି ଝିଅଟି ଉପରେ ପକାଇ ଦେଲା ଅକାଳ ଚଡକ | ତା ମୁଣ୍ଡ ଉପରେ ସତେ ଯେମିତି ଆକାଶ ନାହିଁ, ପାଦତଳ ମାଟି ସତେ ଯେମିତି ଧସେଇ ଯାଉଛି |  ବାପା ଛେଉଣ୍ଡ ଅରୁଣା ଏବେ କରିବ  ତ କରିବ କଣ | ଭଗବାନ ଏମିତି କେମିଟି ନିର୍ଦ୍ଦୟ ସାଜିଲେ ଏଇ କୁନି ଝିଅ ଉପରେ | ନିଜ କଥା ଛାଡି ଏବେ ତାର ବଡ ଚିନ୍ତା କେମିତି ପାଳିବା ବଡ ଭଉଣୀକୁ ଆଉ ଚିକିତ୍ସା କରିବ ରୋଗୀଣା ମା"ର | ସରକାରଙ୍କ ହଜାରେ ଯୋଜନା | ହେଲେ ଅରୁଣା ପରିବାର ପାଖରେ ଯାହା ପହଁଚିଛି ତାହା  ସମୁଦ୍ରକୁ ଶଙ୍ଖେ ପାଣି | କଣ କରିବ, କିଏ ତାକୁ ନଢିବା ସହାୟତାର ହାତ | କିଏ ତା ନିରାଶାପୁର୍ଣ  ଜୀବନର ଅନ୍ଧାରି ମୂଲକରେ ଟିକେ ଆଶାର ଆଲୋକ ସଂଚାର କରିବ | ରାଜ୍ୟ ସରକାର କି ପ୍ରଶାସନ ଟିକେ ଦୟା କରନ୍ତେନି  ବିଚାରି ଅରୁଣା ଓ ତା ପରିବାରକୁ !!!  

ଆମେ କହୁଛୁ ସମ୍ବଲପୁର ତାଲଭଟ୍ଟା ପଡା ୱାର୍ଡ ନ 15  ର ସ୍ବର୍ଗତ ସଦାଶିବ ଭୋସାଗରଙ୍କ ପରିବାର କଥା । କାହାଣୀ ଏକ ଗରିବ ପରିବାରର । ଭଗବାନ ବେଳେ ବେଳେ ନିର୍ଦ୍ଦୟ ହୋଇଯାଆନ୍ତି । ଅସମୟରେ ବାପାଙ୍କ ମୃତ୍ୟୁ ଏବେ  ଭିନ୍ନକ୍ଷମ ଭଉଣୀ ଏବଂ ଶଯ୍ୟାଗ୍ରସ୍ତ ମାଆଙ୍କ  ବୋଝ ସାନ ଭଉଣୀ ଅରୁଣା ଉପରେ ପଡିଛି । ଯାହାଦ୍ବାରା ବଡ ଭଉଣୀ ଏବଂ ମାଙ୍କ  ଚିକିତ୍ସା ଭାର ଏବଂ ସେବା ଯୋଗୁଁ ପ୍ରାୟତଃ ପାଠପଢାରେ ଡୋରୀ ବନ୍ଧାହୋଇଛି  । ସାନ ଝିଅ ଅରୁଣାର । ସ୍ଥାନୀୟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢେ । ହେଲେ ଦୁଇମାସ ତଲେ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ଦୁର୍ବିସହ ହୋଇଯାଇଛି । କାରଣ ଘରେ ମାଆ ପୁର୍ବରୁ ଶଯ୍ୟାଶାୟୀ  ହୋଇପଡିଥିବା ବେଲେ ବଡ ଭଉଣୀ ଝରଣା  ଭିନ୍ନକ୍ଷମ ହୋଇଥିବାରୁ ତାଙ୍କ ପାଠପଢାରେ ପୂର୍ବରୁ  ଡୋରୀ ବନ୍ଧା ହୋଇଯାଇଛି । ତେଣେ ବାପାଙ୍କ ମୃତ୍ୟୁପରେ ଉଭୟଙ୍କ ପ୍ରତିପୋଷଣ ଏବଂ ଚିକିତ୍ସା ବୋଝ ସାନ ଭଉଣୀ ଅରୁଣା ଉପରେ  ପଡିଛି। ହେଲେ ବାପାଙ୍କ ମୃତ୍ୟୁ ପରେ ପରିବାର ପାଇଁ ଦାନା ମୁଠେ ବି ଠିକ ସେ ପାଉନାହାନ୍ତି । ପ୍ରତେକ ଦିନ ପଡୋଶୀ ମାନଙ୍କ ସହଯୋଗ ଯୋଗୁଁ ଖାଇବା ବ୍ୟବସ୍ଥା ହୋଇଯାଉଛି । ତେବେ ପରିବାରର ଅବସ୍ଥା ଶୋଚନୀୟ ହୋଇପଡିଛି । ବଡ ଭଉଣୀ ଏବଂ ମାଆର ବ୍ୟବସ୍ଥା ବୁଝିବା ଭିତରେ ଅରୁଣାର ଶୈଶବ ଧିରେ ଧିରେ ମରିବାକୁ ବସିଛି ।

 ଏହି ଭଙ୍ଗା ଦଦରା ଘରେ ଏବେ ଦୁଇ ଭଉଣି ଓ ଶଯ୍ୟାଶାୟୀ  ମାଁ ବହୁ କଷ୍ଟେ ମଷ୍ଟେ ରହୁଛନ୍ତି । ହେଲେ ଏହି ଭଙ୍ଗା ଦଦରା ଘରେ ଭଡାରେ ରହୁଥିବାରୁ ଘର ଭଡା ମାସିକ 2 ହଜାର ଟଙ୍କା ଦେଇଥାନ୍ତି । ତେଵେ ବାପାଙ୍କ ମୃତ୍ୟ ପରେ କିଛି ମାସ ହେବ ଘର ଭଡା ଟଙ୍କା ଦେଇ ପାରି ନଥିବାରୁ ଘର ମାଲିକଙ୍କ ଘର ଛାଡିବା ପାଇ ଧମକ ଚମକ ଦେଇଛି । ସେପଟେ ମାଆଙ୍କ ସ୍ନାୟୁ ରୋଗଯୋଗୁଁ ଶଯ୍ୟାଶାୟୀ  ହୋଇପଡିଥିବା ବେଲେ ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଆଜିକୁ ୧୫ ଦିନ ହେବ ମାଁଙ୍କ ଶାରିରୀକ ଅବସ୍ଥା ଅତି ଜଟିଳ ହେବାରୁ ସାନ ଝିଅ ଅରୁଣା ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର ସହାୟକ ରେ କୌଣସି ପ୍ରକାର ମାଁଙ୍କୁ ନେଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ମଧ୍ୟ ତାଙ୍କ ମାଁଙ୍କ ଅବସ୍ଥା ଅତି ଜଟିଳ ଥିବା ଜଣାପଡିଛି । ନେଇଥିବା ଟଙ୍କା ସରିଗଲା ପରେ ମାଁଙ୍କ ମେରୁଦଣ୍ଡ ରେ ଅପରେସନ ଦରକାର ପଡୁଥିବା ଯୋଗୁଁ  କୌଣସି ଉପାୟ ନ ପାଇ 14 ତାରିଖ ରାତିରେ ସେଠାରୁ ଫେରାଇ ଆସିଛନ୍ତି। ଅନ୍ୟପକ୍ଷରେ ବାପା ଥିବା ବେଳେ ବଡ ଭଉଣୀ ଝରଣାକୁ ସ୍କୁଲକୁ ନେଇକରି ଯାଉଥିଲେ । ବାପାଙ୍କ ମୃତ୍ୟୁ ପରେ ବଡଭଉଣୀର ସ୍କୁଲ  ବନ୍ଦ ହୋଇଯାଇଛି । ଏପରିକି ବେଳେ ବେଳେ ମାଙ୍କ ଅବସ୍ଥା ଏପରି  ଗୁରୁତର ହୋଇଯାଏ ଯେ ପଡୋଶୀ ନଥିଲେ ଅରୁଣା କଣ କରିବେ ଭାବିବା କଷ୍ଟକର । ଶୀଘ୍ର ସରକାର ବା ପ୍ରଶାସନର ହାତ ନ ବଢାଇଲେ ପରିବାର ସର୍ବସ୍ବାନ୍ତ ହେବା ସହ ଅରୁଣାର ଶୈଶବ ହଜିଯିବାର  ସମ୍ଭାବନା ରହିଥିବା ସ୍ଥାନୀୟ ଅଙ୍ଗନବାଡି କର୍ମୀ କହିଛନ୍ତି ।

ଏହି ପରିଵାରକୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ସହାୟତା ଯାହାବି ମିଲିଛି ତାହା ସମୁଦ୍ରକୁ ଶଙ୍ଖେ ପାଣି । ତେଵେ ଏହି ପରିବାରର ବଡଭଉଣୀ ଏବଂ ମାଆର ଚିକିତ୍ସା ପାଇଁ ସହଯୋଗର ହାତ କିଏ ବଢେଇବ ବୋଲି ସାନ ଭଉଣୀ ଅରୁଣା  ଅପେକ୍ଷା ରହିଛନ୍ତି ।

 

     

 

 

0
0
0
s2sdefault