ହେଡଲାଇନସ୍:

ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି :ପଦଯାତ୍ରାରେ ବାହାରିଥିବା ସତ୍ୟବ୍ରତ ବୀରମହାରାଜପୁରରେ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର -   (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ)  : ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ପଦଯାତ୍ରାରେ ବାହାରିଥିବା ରେଭେନ୍ସା କଲେଜରୁ ପିଜି ରୁରାଲ ଡେଭଲପମେଣ୍ଟ ହାସଲ କରିଥିବା ସତ୍ୟ ବ୍ରତ ଦାସ (୨୯) ଆଜି ଅପରାହ୍ନରେ ବୀରମହାରାଜପୁର ବିଭିନ୍ନ ସଂଗଠନ, ଯୁବକ,ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷଙ୍କର ତରଫରୁ ଅଭିନନ୍ଦନ ଦିଆଯାଇଛି । ପ୍ରକାଶ ଯୋଗ୍ଯ ଯେ ଜଗସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିଣ୍ଢୋଲ ଗ୍ରାମର ସତ୍ଯ ବ୍ରତ ଦାସ ୨୨୧ ଦିନ ତଲେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ରୁ ପଦଯାତ୍ରା ଆରମ୍ଭ କରି ପ୍ରଥମେ ସେଠାରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପଦଯାତ୍ରା ବାହାରି ଆଜି ୨୨୨ ଦିନ ରେ ବୀରମହାରାଜପୁର ପହଞ୍ଚିଛନ୍ତି । ବାପ ପ୍ରେମାନନ୍ଦ ଦାସ ଓ ମାଁ ସୁକାନ୍ତି ଦାସ ଙ୍କର ଏକ ମାତ୍ର ପୁତ୍ର ସତ୍ଯ ବ୍ରତ ଏକ ବଡ ଲକ୍ଷ ନେଇ ସାରା ରାଜ୍ୟର ୩୧୪ ଗୋଟି ବ୍ଲକକୁ ପଦଯାତ୍ରା ବାହାରି ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ୍ ସୁଲିଆ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ପର୍ଯ୍ୟନ୍ତ ସେ ୧୪୯ ଟି ବ୍ଲକ ରାୟଗଡ଼ା ବିଡିଓ  ଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଲେ ୪୪ ଶହ କିମି ରୁ ଅଧିକ ପଦଯାତ୍ରା କରିସାରିଲେଣି ।

0
0
0
s2sdefault