ହେଡଲାଇନସ୍:

ବିବାହିତ ଯୁବକଙ୍କ ଆତ୍ମହତ୍ୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମର ବିଶ୍ୱାମିତ୍ର ମହାନନ୍ଦଙ୍କ ବିବାହିତ ପୁଅ ବିଶେଶ୍ୱର ମହାନନ୍ଦ(୩୨) ସୋମବାର ଦିନ ବେକରେ ଗାମୁଚା ଦେଇ ଆତ୍ମହତ୍ୟା କରିଥିବା ମେଲଛାମୁଣ୍ଡା ପୁଲିସ ସୁତ୍ରରୁ ଜଣାପଡିଛି । ଏ ନେଇ ଥାନା ୟୁଡି କେସ ୪/୨୦ରେ ମାମଲା ରୁଜୁ କରି ଏଏସଆଇ ବଡସାନ ତଦନ୍ତ କରୁଛନ୍ତି । ପ୍ରାପ୍ତସୂଚନାନୂସାରେ ଜ୍ଞାନ ଗ୍ରାମର ବିଶେଶ୍ୱର ମହାନନ୍ଦ ସୋମବାର ଅପରାହ୍ନରେ ତାଙ୍କ କ୍ଷେତର ଏକ ମହୁଲ ଗଛରେ ନିଜ ଗାମୁଛା ବେକରେ ଦେଇ ଝୁଲୁଥିବାର ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ମେଲଛାମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ କରିବା ସହ ପଦ୍ମପୁର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଥିଲେ । ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ପୁଲିସ ପ୍ରାଥମିକ ତଦନ୍ତରୁ ବିଶେଶ୍ୱର କିଛି ଦିନ ହେବା ପାରିବାରିକ ଅଶାନ୍ତି ଯୋଗୁ ବିବ୍ରତଥିବା ଯାଣିବାକୁ ପାଇଥିଲେ । ସେ ଗତ ବର୍ଷ ବିବାହ କରିଥିଲେ । 

 

0
0
0
s2sdefault