ହେଡଲାଇନସ୍:

ନାକ୍ଟିଦେଉଳ ବ୍ଲକ ପରିସରରେ ପ୍ରଶାସନର  ମିଳିତ ଅଭିଯୋଗ ଶୁଣାଣୀ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ  : ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ ପରିସରରେ ପ୍ରଶାସନର ଏକ  ମିଳିତ ଅଭିଯୋଗ ଶୁଣାଣୀ ଶିବିର  ଅନୁଷ୍ଠିତ ହୋଇଛି l ଏହି ଅଭିଯୋଗ ଶୁଣାଣୀରେ ସମୁଦାୟ 223 ଟି ଅଭିଯୋଗ ଦାଖଲ ହୋଇଥିଲା l  ସମ୍ବଲପୁର ଜ଼ିଲ୍ଲାପାଳ ଶୁଭମ୍ ସକ୍ ସେନା, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ  ଡ଼. କନୱର ବିଶାଳ  ସିଂ, ତହସିଲଦାର ସୁକାନ୍ତ କୁମାର ନାୟକ, ଉପ ଜ଼ିଲ୍ଲାପାଳ ଡୋଳାମଣି ପଟେଲ, ବ୍ଲକ ଅଧକ୍ଷା ମନ୍ଦାକିନୀ ରାଉଳ, ଅତିରିକ୍ତ ଗୋଷ୍ଠୀ ଉର୍ନୟନ ଅଧିକାରୀ ରବୀନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଅଭିଯୋଗ ଶୁଣାଣୀରେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବଲମ୍ ଏଲଆଇ ସେଣ୍ଟର ରେ ଏଲଆଇ ନିଯୁକ୍ତି, କlଉଁସିପାଳ ରୁ ଚଷଭରଡ଼ି ଗ୍ରାମ କୁ ରାସ୍ତା ନିର୍ମାଣ, ମଧୁବାବୁ ପେନସନ, ବିକଳାଙ୍ଗ ଭତ୍ତା,  ବିଧବା ଭତ୍ତା, ନାକ୍ଟିଦେଉଳ ରେ ପାନୀୟ ଜଳ ସମସ୍ୟା ଆଦି  ଅଭିଯୋଗ ପାତ୍ର ଦାଖଲ ହୋଇଥିଲା l ତେବେ ଅଭିଯୋଗ ମଧ୍ୟରୁ କେତେକ ଅଭିଯୋଗ କୁ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥିବା ବେଳେ ଅନ୍ୟ କେତେକ ଅଭିଯୋଗ ଗୁଡିକରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ଥିବା  ବିଭାଗୀୟ ଅଧିକାରୀ ମାନଙ୍କୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ l

0
0
0
s2sdefault