ହେଡଲାଇନସ୍:

ଟିକେ ଦୃଷ୍ଟି ଦେବେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ୫ ଟି ସଚିବ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାଇକିଆ ଥାନା ଆଉ ଏସଡ଼ିପିଓଙ୍କ ବିଚିତ୍ର "ମୋ ସରକାର ଆଉ ୫ ଟି" 

ନ୍ୟାୟ ମାଗିବାକୁ ଗଲେ ୮ ଦିନର ଶିଶୁ ଯାଏ ଜେଲ ଆଉ ଲୋକଙ୍କୁ ପଡେ ଲାଠି 

ଘୁ.ଉଦୟଗିରି (ଗଗନ ପ୍ରଧାନ): ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆଉ ପୋଲିସକୁ ଜନତାଙ୍କ ସେବକ ଭାବେ ଆଚରଣ ପ୍ରଦର୍ଶନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ "ମୋ ସରକାର" | ଥାନା ଆସିଲା ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ | ୫ ଟି ମାପଦଣ୍ଡ ଅନୁସାରେ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ପୋଲିସକୁ କୁହାଯାଇଥିଲା | କିଛି ଦିନ ଡିଜି ଆଉ ବରିଷ୍ଠ ଅଧିକାରୀମାନେ ଫୋନ କରି ଲୋକଂକୁ ପଚାରିଲେ " ଥାନାକୁ ଗଲେ ବ୍ୟବହାର ଠିକ ମିଳୁଛି କି, ଗଲେ ପାଣି ମିଳୁଛି କି, ଏଫଆଇଆର କପି ଦେଉଛନ୍ତି କି ଇତ୍ୟାଦି ଇତ୍ୟାଦି ପଚାରିଲେ | ଆଉ ସେସବୁ ଗଣମାଧ୍ୟମରେ ବହୁଳ ପ୍ରଚାର ହେଲା | ହେଲେ ମତେ ଯେତେ ମାଠିବୁ ମାଠ , ମୁ ସେଇ ଦରପୋଡା କାଠ ରୀତିରେ ପୋଲିସ ସେଇ ସାମନ୍ତବାଦୀ ଆଦବ କାଇଦାରେ ଶାସନ ଚଳାଇଛି | ସେଠି ମୋ ସରକାର ନାଇଁ କି ୫ ଟି ନାଇଁ କି ଲୋକଙ୍କ ଭାବନା  ନାହିଁ | ଯାହା ହବ ଥାନାବାବୁ ଆଉ ଏସ୍ଡିପିଓଙ୍କ ମର୍ଜୀ ରେ | ସେଠି ସେମାନଙ୍କ ମର୍ଜୀ ୫ଟି ଆଉ ସେମାନଙ୍କ ଇଛାରେ ଚାଲିଛି "ମୋ ସରକାର" | ଅଭିଯୁକ୍ତର ସାଥ ଦେଉଛି ପୋଲିସ ଆଉ ନ୍ୟାୟ ବଦଳରେ ମିଳୁଛି ଲାଠି ମାଡ଼ I ସହାୟତା ବଦଳରେ ମୃତକଙ୍କ ପରିବାର, ଅସୁସ୍ଥା ସ୍ତ୍ରୀ ଏବଂ ୮ ଦିନର ଶିଶୁକନ୍ୟାଙ୍କୁ ଗିରଫ I ଏପରି ଗୁରୁତର ଅଭିଯୋଗ ଆସିଛି କନ୍ଧମାଳ ଜ଼ିଲ୍ଲା ରାଇକିଆରୁ |  ପୁଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ଅଶାନ୍ତି ବଢିବାରେ ଲାଗିଛି I ଯାହା କି ସୋମବାର ଦିନ ଦେଖିବାକୁ ମିଳିଛି | 

 କନ୍ଧମାଳ ଜ଼ିଲ୍ଲା ରାଇକିଆ ବ୍ଲକ ଶୁଭେନ୍ଦୁ ମଲିକ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି  ଅଞ୍ଚଳବାସୀ I ହତ୍ୟାକାରୀ ଏବଂ ହତ୍ୟାକାଣ୍ଡର ସହଯୋଗୀକାରୀଙ୍କୁ ଗିରଫ, ନ୍ୟାୟ ଦେବା ବଦଳରେ ମୃତକ ପରିବାର, ସମ୍ପର୍କୟ, ଅସୁସ୍ଥା ସ୍ତ୍ରୀ ଏବଂ ନବଜାତ ଶିଶୁକୁ ଗିରଫ କରିଥିବା ଦାବିରେ ସ୍ଥାନୀୟ  ନେତ୍ରୀ ମିନି ନାୟକଙ୍କ ନେତୃତ୍ୱରେ  ଶହଶହ ଅଞ୍ଚଳବାସୀ ଏକ ଶୋଭାଯାତ୍ରାରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଛନ୍ତି I ଏହା ସହ ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ କରିଛନ୍ତି I

ସୂଚନା ଥାଉ କି, କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ରାଇକିଆ ବ୍ଲକର ଅଲିମାହା ଗ୍ରାମର ଶୁଭେନ୍ଦୁ ମଲିକ ଗତ 15 ତାରିଖ ଠାରୁ ନିଖୋଜ ଥିଲେ I ଏହାକୁ ନେଇ ସ୍ତ୍ରୀ ଅନୁମାନ ପ୍ରଧାନ ନବଜାତ ଶିଶୁଙ୍କୁ  ନେଇ ପରିବାର ଲୋକଙ୍କ ସହ ନ୍ୟାୟ ପାଇବା ଆଶାରେ ଥାନାର ଦ୍ୱାରସ୍ଥ ହୋଇଥିଲେ I କିନ୍ତୁ ପୁଲିସ ନିଖୋଜ ଯୁବକଙ୍କ ପରିବାର ଲୋକଙ୍କ କଥା ଶୁଣି ନ ଥିଲା I ମୃତ ଯୁବକକଙ୍କ ସ୍ତ୍ରୀ ଏବଂ ପରିବାର ଲୋକ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇ 17 ତାରିଖରେ ଲିଖିତ ଅଭିଯୋଗ କରିଥିଲେ I କିନ୍ତୁ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା I ଓଲଟି ପୁଲିସ ପରିବାର ଲୋକଙ୍କୁ ଭୟଭୀତ କରିଥିବା ମୃତ ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି I ପୁଲିସ ଠାରୁ ନ୍ୟାୟ ପାଇବାର ଆଶା ମୌଳି ଯିବାରୁ ସ୍ତ୍ରୀ ଅନୁମା ପ୍ରଧାନ 6 ଦିନର ନବଜାତ ଶିଶୁ କନ୍ୟାକୁ ଧରି ଗତ 3 ତାରିଖରେ  ଧାରଣାରେ ବସିଥିଲେ I ପୁଲିସ  ଧାରଣାକୁ କାବୁ କରିବା ପାଇଁ ମୃତ ଯୁବକଙ୍କ  ଅସୁସ୍ଥ( ସିଜେରାନ ହୋଇଥିବା) ସ୍ତ୍ରୀ, ୮  ଦିନର ଶିଶୁ କନ୍ୟା, ପରିବାରର ସଦସ୍ୟ  ଏବଂ ସ୍ଥାନୀୟ  ଲୋକଙ୍କୁ ଗିରଫ କରିଥିଲା I ଅନୁମା  ସିଜେରାନ କରି ଶିଶୁ କନ୍ୟା ପ୍ରସବ କରିଥିବାରୁ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟବସ୍ଥା  ଖରାପ ଥିବା ପରିବାର ଲୋକ କହିଛନ୍ତି I ହଠାତ 6 ତାରିଖ ଅର୍ଥାତ ଗୁରୁବାର ସକାଳେ ରାଇକିଆ ପୁଲିସ ଶୁଭେନ୍ଦୁଙ୍କ ମୃତ ଦେହ ଚି଼ହ୍ନଟ କରିବା ପାଇଁ ପରିବାର ଲୋକଙ୍କୁ ଡାକି ଥିଲା I ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶାନ୍ତି ଦେଖା ଦେଇଛି I ଧାରଣାରେ ବସିବା ଦିନ ଘୁ.ଉଦୟଗିରି ଏସଡିପିଓ ମୃତ ଯୁବକଙ୍କ ସ୍ତ୍ରୀ, ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖେଇବା ସହ ଅସଦାଚରଣ କରି ଥିବା ମୃତ ଯୁବଙ୍କ ପରିବାର ଅଭିଯୋଗ କରିଛନ୍ତି I ରାଇକିଆ ପୁଲିସ ଏବଂ ଘୁ.ଉଦୟଗିରି ଏସଡିପିଓ 6 ଦିନର ନବଜାତ ଶିଶୁ କନ୍ୟା, ଆସୁସ୍ଥ ସ୍ତ୍ରୀ, ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କିପରି ଗିରଫ କଲେ ?  ନବଜାତ ଶିଶୁ କନ୍ୟାର କଣ ଭୁଲ ଥିଲା ଯେ ପୁଲିସ ତାକୁ ଗିରଫ କଲା ? ପୁଲିସ କିପରି ଜଣେ  ସିଜେରାନ ହୋଇ ଥିବାମହିଳାଙ୍କୁ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବା ଅବସ୍ଥାରେ  ଗିରଫ କରିଥିଲା ? ଘୁ.ଉଦୟଗିରି ଏଡିପିଓ କିପରି ଭାବରେ ମୃତ ଯୁବକଙ୍କ ସ୍ତ୍ରୀ, 6ଦିନର ନବଜାତ ଶିଶୁ କନ୍ୟାକୁ ନ୍ୟାୟ ଦେବା ପରିବର୍ତ୍ତେ ଗିରଫ କରି ଥିଲେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିବା ସହ ଗିରଫ ଘଟଣାକୁ ଘୋର ନିନ୍ଦା କରିଛନ୍ତି I ତେଣୁ ଯଥା ସମ୍ଭବ ଶୁଭେନ୍ଦୁଙ୍କ ହତ୍ୟାକାରୀ  ଗିରଫ ସହ ମୃତ ଯୁବକଙ୍କ ଅସୁସ୍ଥ ସ୍ତ୍ରୀ, 6ଦିନର ନବଜାତ ଶିଶୁ କନ୍ୟା ଏବଂ ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଗିରଫ କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ କରି ଆସୁଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକ  I                                            

 

0
0
0
s2sdefault