ହେଡଲାଇନସ୍:

କି ପେଟ ୟାଙ୍କର  : ମାସକର ଦରମା କରାଇଦେବାକୁ ୧୦୦୦୦ ଲାଞ୍ଚ ! 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

    ଡାକ୍ତରଙ୍କ ପାଖରୁ କିରାଣୀ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଗିରଫ 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :-ସୁନ୍ଦରଗଡ଼ ଜିଲ୍ଲାର୍ ବାଲିସଙ୍କରା ବ୍ଲକ ଅନ୍ତର୍ଗତ କିଞ୍ଜିରକେଲା ଡାକ୍ତର ଖାନାରେ ଜଣେ ଡାକ୍ତରଙ୍କ  ଦରମା କରାଇଦେବାର୍ ନା ନେଇ ୧୦ହଜାର ଟଙ୍କା ଡାକ୍ତରଙ୍କୁ ଡିମାଣ୍ଡ କରିଥିଲେ ସେହି ମେଡ଼ିକାଲର୍ କିରଣୀ | ଯାହା ସୂଚନାଯୋଗ୍ୟ ଡାକ୍ତର ଜଣକ ନୂତନ ଭାବେ କିଞ୍ଜିରକେଲା ମେଡ଼ିକାଲରେ ୧୧ ମାସ ହେବ କାର୍ଯ୍ୟରତ ଥିଲେ  | କିନ୍ତୁ ଡାକ୍ତରଙ୍କ ଗୋଟିଏ ମାସର ଦରମା ପାଇନଥିଲେ ଓ ସେ ହସ୍ପିଟାଲର କିରାଣୀଙ୍କୁ ତାଙ୍କର ଗୋଟିଏ ମାସର ଦରମା କରେଇଦେବା ପାଇଁ କହିଥିଲେ |  ହେଲେ କିରାଣୀ ଜଣକ ତାଙ୍କୁ ଲାଞ୍ଚ ନଦେଲେ ହେଇ ପାରିବ ନାହିଁ ବୋଲି କହି ୧୦ ହଜାର ଟଙ୍କା ଡିମାଣ୍ଡ କରିଥିଲେ | ହେଲେ ଡାକ୍ତର ଜଣକ ନୂତନ ଭାବେକାର୍ଯ୍ୟ ରତ ଥିବାରୁ ସେ ଟଙ୍କା ଦେଇ ଦରମା ନେବାକୁ ସାହାସ କରି ପାରିନଥିଲେ | ସେ ଦରମା ଟଙ୍କା ପାଇଁ କଣ କରିବେ ବୁଝି ନପାରି ଶେଷକୁ ବାଧ୍ୟ ହୋଇ କୌଣସି ଉପାୟନ ପାଇ  ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇ ସମସ୍ତ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ  ଆଜି ଡାକ୍ତରଙ୍କୁ  ୧୦ହଜାର ଟଙ୍କା ଦେଇଥିଲେ ଓ ଭିଜିଲାନ୍ସ ଟିମ ସମୟ ଘଟଣା ଉପରେ ନଜର ରଖିଥିଲେ | ଡାକ୍ତରଙ୍କ ହାତରୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ କିରାଣୀଙ୍କୁ କାବୁ କରିଥିଲେ | ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର୍ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି ତାଙ୍କ ପାଖରୁ ସମ୍ପୂର୍ଣ୍ଣ ୧୦ହଜାର ଟଙ୍କା ଆଦାୟ ହୋଇଛି ବୋଲି ଜଣାପଡ଼ିଛି |   

0
0
0
s2sdefault