ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡ଼ିୟମ୍ ଠାରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମହିଳା ବର୍ଗିୟ ଫୁଟବଲ କପ୍-୨୦୨୦ର ଚିହ୍ନଟ ପ୍ରକ୍ରିୟାର ଉଦ୍ ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଅନୁପମ ସାହାଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।ଶ୍ରୀ ସାହା ଉପସ୍ଥିତ ଖେଳାଳି ମାନଙ୍କ ସହ କରମର୍ଦ୍ଧନ କରବା ସହ ଗଜପତି ଜିଲ୍ଲା କିପରି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାର ଅନ୍ତିମ ମ୍ୟାଚରେ କିପରି ଖେଳିବ ସେଥିପାଇଁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାର ସୁନାମ ରଖିବା ଲାଗି ଆଗ୍ରହ ପୂର୍ବକ ଖେଳ ପ୍ରଦର୍ଶନ କରିବେ ବୋଲି ଅନୁରୋଧ କରିବା ସହ ପ୍ରତି ପ୍ରତିଯୋଗୀ ମନରେ ଉତ୍ସାହ ଭରିଥିଲେ।
ରାଜ୍ୟସ୍ତରରୁ ଗଜପତି ଜିଲ୍ଲା ପାଇଁ ଆସିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଫୁଟବଲ କପ୍ ର ଅଧିକାରୀ-ସଭ୍ୟ ଦିବ୍ୟଚାନ୍ଦ ଶୁକ୍ଳା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡିଶା ସରକାର , ରାଜ୍ୟର ୯ ଟି ଆଦିବାସୀ ବହୁଳ ଜିଲ୍ଲାର ୧୧୭ ଟି ବ୍ଲକରେ ଆଦିବାସୀ ଯୁବକ ଯୁବତୀ ମାନଙ୍କ ଖେଳ ପ୍ରତିଭାର ଅନ୍ୱେଷଣ ପାଇଁ ପ୍ରଥମ ଥର ପାଇଁ ରାଜ୍ୟରେ ଏହି ଏସଡିସି ଫୁଟବଲ କପ୍ ର ଆୟୋଜନ କରିଛନ୍ତି । ମୁଖ୍ୟତଃ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ଆଦିବାସୀ ପ୍ରତିଭାବାନ ଯୁବକ ଯୁବତୀ ରହିଛନ୍ତି କିନ୍ତୁ ସେମାନଙ୍କୁ ସେମାନଙ୍କ ପ୍ରତିଭା ବିକଶିତ କରିବା ପାଇଁ କୌଣସି ସୁଯୋଗ ମିଳୁନାହିଁ , ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହିଭଳି ପ୍ରୟାସ କରାଯାଇଛି ବୋଲି କହିଥିଲେ ।
ପରେ ପରେ ରାଜ୍ୟସ୍ତରରୁ ଆସିଥିବା ଖେଳାଳି ଚୟନ କର୍ତ୍ତା ବାବୁଲ ବୁର୍ଲାଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫୁଟବଲ ପ୍ରତିଯୋଗିତା-୨୦୨୦ର ପୁରୁଷ ବର୍ଗିୟ ଚୟନ କାର୍ଯ୍ୟକ୍ରମ ଗତ ୧୪-୨-୨୦୨୦ରୁ ଆରମ୍ଭ ହୋଇଯାଇଛି।
ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେଉଥିବା ଏହି ଜିଲ୍ଲାସ୍ତରୀୟ ଚିହ୍ନଟ -ପ୍ରକ୍ରିୟା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନୋନୀତ ହେବାପରେ ସେମାନେ ଫୁଲବାଣୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ଲିଗ ମ୍ୟାଚରେ ଖେଳିବେ।
ପରେ ସେମାନେ ସେଠାରୁ ମନୋନୀତ ହୋଇ ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ କେନ୍ଦୁଝର ଓ ସୁନ୍ଦରଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ସେମି-ଫାଇନାଲ ଖେଳରେ ଖେଳିବେ । ସେଠାରେ ଭଲ ଖେଳି ମନୋନୀତ ହେଲେ ଆସନ୍ତା ୫ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ଯୁଗପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହେବ।
ତେଣୁ ମନୋନୀତ ଉଭୟ ପୁରୁଷ ଓ ମହିଳା ଫୁଟବଲ ଖେଳାଳି ଦଳ ଭଲ ଖେଳ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବାକୁ କାମନା କରିଥିଲେ ଅତିଥି ମାନେ। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ମୁଖ୍ୟ ଆୟୋଜକ ସଂସ୍ଥା ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥାର ମୁଖ୍ୟ ପ୍ରଶାସକ ସରୋଜ କୁମାର ବେହେରା , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ , ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ।
ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଯଥା ପ୍ରିୟଦର୍ଶୀ ମିଶ୍ର , ଧୀରେନ ସାମଲ , ଲିଙ୍ଗରାଜ ସାହୁ , ସନ୍ତୋଷ ପଣ୍ଡା , ସଞ୍ଜୟ ପାତ୍ର , ଅଭିନ୍ନ ବାସୁଦେବ ମିଶ୍ର , ରେଖାରାଣୀ ଦେଓ , ତାପସ୍ୱିନୀ ପଣ୍ଡା , ପ୍ରମୋଦ ପଟ୍ଟନାୟକ ଓ ଅମ୍ବିକା ପ୍ରସାଦ ସେଠୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର କ୍ରିଏଟିଭ୍ ଆର୍ଟସ୍ ର କଳାକାର ମାନଙ୍କ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ ଥିଲା ।











