ହେଡଲାଇନସ୍:

ଫିଟୁଛି ଗୁମର, ହତ୍ୟାରେ ସମ୍ପୃକ୍ତ ଆହୁରି ବ୍ୟକ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ଡବଲ  ମର୍ଡ଼ର ଘଟଣାରେ ପୂର୍ବତନ ବିଧାୟକ ତଥା ମୁଖ୍ୟ ହତ୍ୟା ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫକରା ଗଲା ପରେ ଫିଟୁଛି ଗୁମର l ହତ୍ୟାକାଣ୍ଡ ଘଟି ଥିବା ସ୍ଥାନର ଡେମୋ ଦେଖାଇଲେ ବର୍ଦ୍ଧନ l ଡ୍ରାଇଭର ଠାରୁ ଅନେକ ତଥ୍ୟ ମିଳିଛି  ରାୟଗଡ଼  ପୋଲିସ ପାଖରେ l ଏହି ଘଟଣାରେ ଆହୁରି ବ୍ୟକ୍ତି ସାମିଲ ଥିବା ନେଇ ଡ୍ରାଇଭରର ବୟାନଏବେ ପ୍ରଶ୍ନ ଉଠିଛି ଯେ ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ବ୍ୟକ୍ତି କିଏ | ଛତିଶଗଡ ପୋଲିସ କରୁଛି ଏହାର ତନାଘନା | ଏ ହତ୍ୟାକାଣ୍ଡରେ ଆଉ ଏକ ଗାଡି ବ୍ୟବହାର ହୋଇଥିବା ବି ଜଣାପଡିଛି | 

ହାଇପ୍ରୋଫାଇଲ  କଳ୍ପନା ଦାସ ଓ ବବଲି ଦାସ ଙ୍କ ନିର୍ମମ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ  ଅନୁପ କୁମାର ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କୁ (ବର୍ଦ୍ଧନ) ରାତି ୧୨ଟା୩୦ରେ ଛତିଶଗଡ ପୁଲିସ ଉଠାଇ ନେଇଛି । ବ୍ରଜରାଜନଗର ଅଂଚଳର ରାଜପୁର ପଂଚାୟତ ବଗରାଚକାସ୍ଥିତ ଭଡାଘରେ ବର୍ମନ ତାଙ୍କ ପରିବାର ଲୋକଙ୍କ ସହ ଶୋଇଥିବା ସମୟରେ ଛତିଶଗଡ ପୁଲିସ ଆସି ତାଙ୍କୁ ଚକ୍ରଧରନଗର ପୁଲିସ ଥାନାକୁ ନେଇଛି । ଚକ୍ରଧରନଗର ଥାନାରେ ବର୍ମନକୁ ରଖି ପଚରା ଉଚୁରା କରୁଛି ବୋଲି ଜଣା ପଡିଛି । ତେବେ ଏନେଇ ଛତିଶଗଡ ପୁଲିସ କିଛି ସ୍ୱଷ୍ଟ କରି ନଥିଲେ ମଧ୍ୟ ରାୟଗଡ ଏସପି ସନ୍ତୋଷ ସିଂଙ୍କୁ ପଚାରିବାରୁ କହିଛନ୍ତି ହତ୍ୟାକାଣ୍ଡର ତଦନ୍ତ ପାଇଁ ବର୍ମନଙ୍କୁ ନୋଟିସ ଦିଆଯାଇଥିଲା । ପରେ ତାଙ୍କୁ ହତ୍ୟାକାଣ୍ଡ ରେ ଅନୁପ ଓ ତାଙ୍କ ସମ୍ପୃକ୍ତି ତଥା ହତ୍ୟା କରାଯାଇଥିବା ଲୁହା ରଡ ଓ ବୋଲେରୋ ଗାଡି ବିଷରେ ଜାଣିବା ପାଇଁ ଥାନାକୁ ଅଣାଯାଇ ପଚରା ଉଚୁରା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।  ସେହିପରି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱନୀ କୁମାର ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି ବର୍ମନକୁ ଉଠାଇବା ନେଇ ଛତିଶଗଡ ପୁଲିସ କୌଣସି ସୂଚନା ଦେଇ ନାହାନ୍ତି । 

ଅନ୍ୟପଟେ ବର୍ମନଙ୍କ ସ୍ତ୍ରୀ ସୁଭଦ୍ରାଣୀ ଟପ୍ପୋ କହିଛନ୍ତି ସେମାନେ ଶୋଇଥିଲା ସମୟରେ ଛତିଶଗଡର ୬ ଜଣ ପୁଲିସ କର୍ମଚାରୀ ଆସି ତାଙ୍କ ସ୍ୱାମୀଙ୍କୁ ନେଇ ଯାଇଛନ୍ତି । ତେବେ ବର୍ମନ ପୁଲିସ ସହ ଯିବା ସମୟରେ ଏହି ହତ୍ୟା କାଣ୍ଡରେ ତାଙ୍କ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ହତ୍ୟା ଘଟଣାରେ ଅନ୍ୟ ଏକ ଡ୍ରାଇଭରର ସମ୍ପୃକ୍ତି ରହିଛି ଏବଂ ତାଙ୍କୁ ସେ ଜାଣିଥିବା ପରିବାର ଲୋକଙ୍କୁ କହିଥିଲେ । ଏହାସହ ଛତିଶଗଡ ପୁଲିସକୁ ଏହି ହତ୍ୟା ଘଟଣାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିବା ତାଙ୍କ ସ୍ତ୍ରୀ ସୁଭଦ୍ରାଣୀ କହିଛନ୍ତି । ସେହିପରି ତାଙ୍କ ଝିଅ ମିନତୀ କହିଛନ୍ତି ତାଙ୍କ ବାପାଙ୍କର କଳ୍ପନା ଦାସ ଓ ବବଲି ଦାସଙ୍କ ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ । ତେଣୁ ତାଙ୍କ ବାପା ଓ ପରିବାର ବର୍ଗ ପୁଲିସ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ଏହା ପୂର୍ବରୁ ମଧ୍ୟ ପୁଲିସ ତଦନ୍ତ ପାଇଁ ବର୍ମନକୁ ଥାନାକୁ ଡାକିଥିବାବେଳେ ସେ ଚକ୍ରଧରନଗର ଥାନା ଯାଇ ତଦନ୍ତରେ ସହଯୋଗ କରିଥିବା ପରିବାର ଲୋକେ କହିଛନ୍ତି । ବର୍ମନଙ୍କ ଘର ସୁନ୍ଦରଗଡ ଜିଲ୍ଲା ରାଜଗାମପୁରରେ ହୋଇଥିବାବେଳେ ସେ ଦୀର୍ଘ ୯ ବର୍ଷ ହେବ ୨୦୧୧ ମସିହାରୁ ବଗରାଚକାରେ ରହି ଅନୁପ ସାଏଙ୍କ ଡ୍ରାଇଭର ଭାବରେ କାର୍ଯ୍ୟକରୁଥିଲେ । ବର୍ମନଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସୁଭଦ୍ରାଣୀ ଟପ୍ପୋ, ଝିଅ ମିନତୀ ଟପ୍ପୋ ଓ ପୁଅ ଓି୍ୱଲିୟମ ଟପ୍ପୋ ଅଛନ୍ତି । ଝିଅ ମିନତୀ ବିଏସସି ଗ୍ରେଜୁଏଟ ହୋଇଥିବାବେଳେ ପୁଅ ଏସିଷ୍ଟାଂଟ ଫଟୋଗ୍ରାଫର ଭାବରେ କାର୍ଯ୍ୟ କରନ୍ତି ।

 ଛତିଶଗଡର ହମିରପୁର ଜଙ୍ଗଲ ନିକଟରେ ୨୦୧୬ ମେ ୭ ତାରିଖରେ ହୋଇଥିବା ବବଲି ଦାସ ଓ କଳ୍ପନା ଦାସ ହତ୍ୟାକାଣ୍ଡର ପ୍ରାୟ ୪ ବର୍ଷ ପରେ ଶୁକ୍ରବାର ଛତିଶଗଡ ପୁଲିସ ପର୍ଦ୍ଦାଫାସ କରିଥିଲା । ଏହି ଘଟଣାର ମୁଖ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ କୁମାର ସାଏକୁ ଗିରଫ ପରେ କୋର୍ଟରେ ହାଜର କରି ଜେଲ ପଠାଇଛି । ତେବେ ଅନୁପଙ୍କ ଜେରା ସମୟରେ ସେ କହିଛନ୍ତି କଳ୍ପନା ଓ ବବଲିଙ୍କୁ ପ୍ରଥମେ ଲୁହା ରଡ ରେ ମାରିବା ପରେ ଦୁର୍ଘଟଣାର ରୁପ ଦେବା ପାଇଁ ବୋଲେରୋ ତାଙ୍କ ଉପରେ ଚଢାଇ ଦିଆଯାଇଥିଲା । ଏହାସହ ଏହି ହତ୍ୟାରେ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ ଜଡିତ ଥିବା ସହ ହତ୍ୟା କରାଯାଇଥିବା ଲୁହା ରଡ ଓ ବୋଲେରୋ ଗାଡି ବିଷୟରେ ତାଙ୍କୁ  ଜଣା ଅଛି ବୋଲି ଅନୁପ କହିଥଲେ । ଅନୁପଙ୍କ ବୟାନପରେ ଅଧିକ ତଦନ୍ତ ପାଇଁ ପୁଲିସ ବର୍ମନଙ୍କୁ ଚକ୍ରଧରନଗର ଥାନା ନେଇ ପଚରା ଉଚୁରା ଜାରି ରଖିଛି ।

 

0
0
0
s2sdefault