ହେଡଲାଇନସ୍:

୧୦୧ କୁଣ୍ତୀୟ ବିଶ୍ବଶାନ୍ତି ମହାଯଜ୍ଞ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(ଶାସକ ପ୍ରଶାସକ)   କଟାବାହାଲ ଗ୍ରାମ ପଞ୍ଚାୟତ ଗାଈଗୋଠ କୁଲିଆରୀ ଠାରେ ୧୦୧ କୁଣ୍ତୀୟ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଛି। ପଂଚଗାଁ କମିଟୀ ଓ ମାତୃଶକ୍ତିର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନ ନ୍ଦ ସରସ୍ବତୀ,ବୃହସ୍ପତୀ ଶାସ୍ତ୍ରୀ,ପ୍ରବଚକ ରମେଶ ଦାଶ,ମୋନାଳୀ ମହାପାତ୍ର ଯୋଗଦାନ କରି ସୁସ୍ଥ ସମାଜ ଓ ସୁସ୍ଥ ପରିବେଶ ଗଠନ ପାଇଁ ମାର୍ଗଦର୍ଶନ ହେଇଥିଲେ। ପ୍ରଥମେ କଟାବାହାଲ ମଲକେନ ନାଲା ଠାରୁ ୪୦୦ ପୂର୍ଣ୍ଣ କଳସ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ରେ ଯଜ୍ଞ ସ୍ଥଳୀକୁ ଅଣାଯାଇଥିଲା। ବ୍ରହ୍ମଚାରୀ ମାନଙ୍କ  ମନ୍ତ୍ରପାଠ ସହ ହୋମ,ନାମ ଓ ଅନ୍ନ ଯଗ୍ଯଁ ପରିବେଶ ଭିନ୍ନ ପ୍ରତୀୟମାନ ହେଉଥିଲା । ପଂଚଗାଁ କମିଟୀର ସଭାପତି ଇନ୍ଦ୍ରମଣି ପ୍ରଧାନ,ଉପ ସଭାପତି ପ୍ରେମାନନ୍ଦ ସାହୁ,ସଂପାଦକ ସୁବାଷ ସାହୁ,ସହ ସଂପାଦକ ଦେବରାଜ ବେହେରା,କୋଷାଧ୍ଯକ୍ଷ ଶ୍ୟାମସୁନ୍ଦର ନ ନ୍ଦ,ମୀନକେତନ ଭଏଁସାଲ,ସମାରୁ ସାହୁ,ତପନ ସାହୁ,ପିଣ୍ଟୁ ସାହୁ,ଲୀଲାମୟ ପ୍ରଧାନ,ରୂଷିମୟ ବାରିକ,ବୀରେନ୍ଦ୍ର ସାହୁ ଓ ଅଞ୍ଚଳ ବାସୀଙ୍କ  ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରିଥିଲେ।

0
0
0
s2sdefault