ହେଡଲାଇନସ୍:

ରାୟଗଡ ଠାରେ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ)  ରାୟଗଡ ସହର ସ୍ଥିତ ଇନ୍ଦିରା ନଗର ଦ୍ୱିତୀୟ ଗଳି ଠାରେ ଚଳିତ ମାସ ୧୫ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ କଳସ ଯାତ୍ରା, ସଂଗୀତ, ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ  ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସାମୂହିକ ଜପ, ଧ୍ୟାନ, ପ୍ରଜ୍ଞାଯୋଗ, ବ୍ୟାୟାମ, ଦେବପୂଜନ, ଗାୟତ୍ରୀ ମହାଯଜ୍ଞ, ସଂଗୀତ, ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ । ଶେଷ ଦିନରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ । ଭକ୍ତଙ୍କ ନିମନ୍ତେ ମହାଯଜ୍ଞ ପରିସରରେ ଆଧ୍ୟାତ୍ମିକ ଏବଂ ପୌରାଣିକ ପୁସ୍ତକ ମେଳା ମଧ୍ୟ ଆୟୋଜନ କରାଯାଇଛି । ଯଜ୍ଞରେ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ଯଥା ବିବାହ, ବ୍ରତ, ଦୀକ୍ଷା, ମୁଣ୍ଡନ, ନାମକରଣ, ବିଦ୍ୟାରମ୍ଭ ଇତ୍ୟାଦି ବିନା ଶୁକ୍ଲରେ କରାଯିବ ବୋଲି ଯଜ୍ଞ ପରିଚାଳନା କମିଟି ତରଫରୁ ସୂଚନା  ଦିଆଯାଇଛି ।   

0
0
0
s2sdefault