ହେଡଲାଇନସ୍:

ଓଡିଶା ମୋ ପରିବାର ଦ୍ୱାରା ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ଶ୍ରମିକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର ଓ ସୋନପୁରର ଶ୍ରମିକଙ୍କୁ ଦିଆଯାଉଥିଲା ନିର୍ଯ୍ୟାତନା : ପିଲାଙ୍କୁ ବି ଲଗାଯାଇଥିଲା କାମରେ

ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡିଶା ମୋ ପରିବାରର ହସ୍ତକ୍ଷେପରେ ତେଲେଙ୍ଗାନାରେ ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲ୍ଲାର  ୧୬ ଜଣ ଶ୍ରମିକ ଓ ସେମାନଙ୍କ ୫ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଏହି ଶ୍ରମିକମାନେ ତେଲେଙ୍ଗାନାର ପେଡ଼ାପଲ୍ଲୀ ଜିଲ୍ଲା ବେଗମ୍‍ପେଟ ଗାଁରେ ଥିବା କାଟେ ପ୍ରଭାକର ନାମକ ଜଣେ ବ୍ୟକ୍ତିଙ୍କ ଇଟାଭାଟିରେ କାମ କରୁଥିଲେ । ଏଠାରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯିବା ସହ ଦୁଇ ମାସ ହେଲା ପାଉଣା ମିଳୁନଥିଲା । ଏପରିକି ସେମାନଙ୍କ କୁନି କୁନି ପିଲାଙ୍କୁ ଜବରଦସ୍ତି କାମରେ ଲଗାଯାଉଥିଲା । ଏଭଳି ଘଟଣା ହେଲ୍ପଲାଇନ ମାଧ୍ୟମରେ ଓଡ଼ିଶା-ମୋ ପରିବାରର ସଂଯୋଜକ ଅରୂପ ଟ୍ଟନାୟକଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂକ୍ରାନ୍ତରେ ସେ ଆନ୍ଧ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ  ଏସ୍‍.ଏ ହୁଡ୍ଡାଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀ ହୁଡ୍ଡା ହେଉଛନ୍ତି ଖୋରଧା ଜିଲ୍ଲାର । ଏଥିସହିତ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳ ଏବଂ ଓଡ଼ିଶାର ଶ୍ରମ କମିଶନରଙ୍କୁ ଏ ଘଟଣାରେ ପଦକ୍ଷେ ନେବାକୁ କହିଥିଲେ । ଏହାପରେ ତେଲେଙ୍ଗାନାର ଏହି ଇଟାଭାଟି ଉପରେ ବେଗମ୍‍ପେଟର ଏସ୍‍ପି ସଦଳବଳ ଚଢ଼ାଉ କରିବା ସହିତ ଛୋଟ ଛୋଟ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ଆଜି ଶ୍ରମ ଇନ୍ସପେକ୍ଟର ସ୍ଥାନୀୟ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ସେମାନଙ୍କ ସମସ୍ୟା ଓ ବାକିଆ ପାଉଣା ସଂକ୍ରାନ୍ତରେ ଟିକିନିଖି ପଚରା ଉଚରା କରାଯାଉଛି ।

 

0
0
0
s2sdefault