ହେଡଲାଇନସ୍:

 ଶିକ୍ଷକ ଓ ଶିକ୍ଷାଦାନ ଉପରେ କ୍ରିୟାତ୍ମକ ଗବେଷଣା ଆଭିମୁଖୀ-କରଣ ସମ୍ପର୍କିତ ଦୁଇ-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷଠାରେ ଶିକ୍ଷକ ଓ ଶିକ୍ଷାଦାନ ଉପରେ କ୍ରିୟାତ୍ମକ ଗବେଷଣା ଆଭିମୁଖୀ-କରଣ ସମ୍ପର୍କିତ ଦୁଇ-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରତିଷ୍ଠାନର ପ୍ରିନସିପାଲ ଅପନ୍ନା ମିଶ୍ରଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ସ୍ଥିତ ଡ଼ିଆଇଇଟିର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡଃ ସନ୍ତୋଷ କୁମାର ଷଡଙ୍ଗୀ ଯୋଗଦେଇ ଶିକ୍ଷା ଓ ଶିକ୍ଷାଦାନର ବିଭିନ୍ନ କ୍ରିୟାତ୍ମକ ଗବେଷଣା ଭିତ୍ତିକ ତଥ୍ୟ ଉପରେ ସଚେତନ କରାଇ ତାଲିମ ପ୍ରଦାନ କରିଥିଲେ ।

ମୁଖ୍ୟତଃ ଏହି ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଦ୍ୟାଳୟ ଗୁଡିକରେ ଶ୍ରେଣୀ ଶିକ୍ଷାଦାନ ସହିତ ଜଡିତ ଥିବା ବିଭିନ୍ନ ସମସ୍ୟା ଗୁଡିକର କିଭଳି ସହଜେ ସମାଧାନ ହୋଇପାରିବ ଏବଂ ଶିକ୍ଷା ଓ ଶିକ୍ଷାଦାନ ମାନର ଅଗ୍ରଗତି କିଭଳି ଉଜ୍ଜଳମୟ ହୋଇପାରିବ ତଥା ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସବୁର ସଫଳ ରୂପାୟନର ପଦକ୍ଷେପ କିଭଳି ନିଆଯାଇ ପାରିବ , ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରଖି ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା କୁହାଯାଇଛି ।

  ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ମମତା ଜେନା କାର୍ଯ୍ୟକ୍ରମର ସଂଯୋଜିକା ଭାବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ୪୦ ଜଣ ଆଞ୍ଚଳିକ ସମ୍ବଳସାଧନ କେନ୍ଦ୍ର ସଂଯୋଜକ ଓ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ପ୍ରଶିକ୍ଷଣ ପ୍ରତିଷ୍ଠାନର ଦ୍ଵିତୀୟ ବର୍ଷ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

  ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡି:ଆଇଇ:ଟି:ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକା ଯଥା ଡ଼ାକ୍ତର ମୁର୍ମୁ , ମନୋଜ କୁମାର ଗମାଙ୍ଗ , ତ୍ରିଲୋଚନ ମହାଳିକ , ସୁଚିସ୍ମିତା ବଳ,ଏବଂ ସନ୍ତୋସି ଦେବୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାଥ-ଟିମର ସନ୍ତୋଷି ଭୋପା ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault