ହେଡଲାଇନସ୍:

ଶିଶୁ ମନ୍ଦିର ରେ ମାତୃ ପିତୃ ପୂଜନ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ ପିତୃ ପୁଜନ ଦିବସ ପାଳିତ ହୋଇଯାଇଛି।

ଏହି ଅବସର ରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ନିଜ ନିଜ ପିତା ମାତା ମାନଙ୍କୁ ଏକ ଆବେଗ ମୟ ପରିବେଶରେ ପୂଜନ କରିଥିଲେ। ମହନ୍ତ ରାମାନନ୍ଦ ଦାଶ ଅତିଥି ଭାବରେ ଯୋଗ ଦେଇ  ଆଜିର ଅବକ୍ଷୟମୁଖୀ ସମାଜରେ ପିତା ମାତାଙ୍କ ପ୍ରତି ସନ୍ତାନ ମାନଙ୍କ ଭକ୍ତି ଓ କର୍ତ୍ତବ୍ୟର ଆବଶ୍ୟକତା ବିଷୟରେ ଆଲୋକ ପାତ କରିଥିଲେ।

 

ପୁଲୱାମା ଘଟଣାର ବର୍ଷ ପୂର୍ତ୍ତି ଉପଲକ୍ଷେ ଶହୀଦ ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ପିତା ମାତା ଯୋଗ ଦେଇ ବର୍ତ୍ତମାନ ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହ ଶିଶୁ ମନ୍ଦିରର ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଦେଇଥିଲେ।  ସ୍ୱେଚ୍ଛାସେବୀ ରାମଚନ୍ଦ୍ର ପଣ୍ଡା ଓ ରାମକୃଷ୍ଣ ଭାଇ ଓ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

 

0
0
0
s2sdefault