ହେଡଲାଇନସ୍:

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବୀର ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା   ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ  ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ।

    ଏହି ଅବସରରେ ସ୍ଥାନୀୟ ଏସକେସିଜି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରୁ ଏକ ବିରାଟ ୧୦୦ ଫୁଟ ଲମ୍ବାର ତ୍ରିରଙ୍ଗା ପତାକା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ଏହି ତ୍ରିରଙ୍ଗା-ପତାକା ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ସାମିଲ ରହି ଲମ୍ବାରେ ତ୍ରିରଙ୍ଗା-ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ।

   ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ  କେ:-ଯୁବରାଜ ଓ ତୁଷାର ଦାସ କହିଛନ୍ତି ଯେ , ଗତବର୍ଷ ଫେବୃଆରୀ ମାସ ୧୪ ତାରିଖ ଦିନ ପୁଲୱାମାରେ ଯେଉଁ ଆତଙ୍କବାଦୀ  ମରଣାତ୍ମକ ଆକ୍ରମଣରେ ଭାରତର ୪୪ ଜଣ ଯବାନଙ୍କୁ ହତ୍ୟା କରା ଯାଇଥିଲା , ସେହି ୪୪ ଜଣ ବୀର ଶହୀଦ ଯବାନଙ୍କ  ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି ।

  ବର୍ତ୍ତମାନ ମଧ୍ୟ ଆମର ଯେଉଁ ବୀର ଯବାନ ମାନେ  ଦେଶ ସୀମାନ୍ତରେ ରହି ଆମର ଦେଶବାସୀଙ୍କ ସୁରକ୍ଷା ଦାୟିତ୍ୱ ନେଉଛନ୍ତି , ସେମାନଙ୍କୁ ଅସୀମ ସାହାସ ଦେବା ସହ ସେମାନଙ୍କୁ ଉତ୍ସାହ , ସମର୍ଥନ ଓ ସମ୍ମାନ ଜଣାଇବା ସହ ସେମାନଙ୍କ ପଛରେ ଦେଶବାସୀ ରହିଛନ୍ତି  ଉଦ୍ଦେଶ୍ୟ ନେଇ ଆଜିର ଏହି ତ୍ରିରଙ୍ଗା-ପତାକା ଶୋଭାଯାତ୍ରାର ମୁଖ୍ୟ 

ଉଦ୍ଦେଶ୍ୟ ବୋଲି କହିଥିଲେ ।

  ଅନ୍ୟ ମାନଙ୍କ ମଧ୍ୟରେ ଏହି ଶୋଭାଯାତ୍ରାରେ ଏସକେସିଜି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ପ୍ରୀତିଶ କୁମାର ସାମଲ , ସହ-ସମ୍ପାଦକ ଏମ:-ଶଙ୍କରଙ୍କ ସମେତ ପରିଷଦର ସହ-ସମ୍ପଦକ ସତ୍ୟ ନାରାୟଣ କାର୍ଜି ଓ ଲୋକନାଥ ମିଶ୍ର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

 

0
0
0
s2sdefault