ହେଡଲାଇନସ୍:

ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ : ତାପରେ କି ଛେଚା.....!(ଦେଖନ୍ତୁ ଭିଡିଓ)

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସିରିଜ ଦୁର୍ଘଟଣା ଘଟାଇଲା, ବାରିପଦାରେ ଚାଞ୍ଚଲ୍ୟ ଖେଳାଇଲା

ବାରିପଦା,(ଦିଲ୍ଲୀପ ମହାନ୍ତି ): -  ଫେବୃଆରୀ ୧୫ ରାତି ପ୍ରାୟ ୧୦ଟା ସମୟରେ ବାରିପଦା ସହରରେ ଏକ ଭୟର ପରିବେଶ ଖେଳାଇ ଦେଇଥିଲା ମଦ୍ୟପ ଡ୍ରାଇଭର। ଏକ ଜେ ଏଚ-୦୫ ବିସି ୩୩୬୮ ନମ୍ବର ବିଶିଷ୍ଟ ମାରୁତି ସୁଜୁକି ସ୍ୱିଫ୍ଟ କାର ଚଳାଉଥିବା ଡ୍ରାଇଭର ଅଶୋକ ଦାସ ବାରିପଦା ସହର ବାଲେଶ୍ବର ଗୋଲେଇ - ପାଲବଣି ରାସ୍ତାରେ ଦ୍ରୁତ ଗତିରେ କାର ଚଳାଇ ଯାଉଥିବା ବେଳେ ରାସ୍ତାରେ  ଏକାଧିକ ଲୋକଙ୍କୁ ଧକ୍କା ଦେଇଥିଲା। ବାଲେଶ୍ଵର ଗୋଲେଇରୁ ପାଲବଣି ଛକ ପୂର୍ବରୁ ମଧ୍ୟ ଏକାଧିକ ବାଇକ ଚାଳକ ଓ ପଥଚାରୀମାନଙ୍କୁ ଧକ୍କା ଦେଇଥିଲା। କାରକୁ ଆଗ ପଛ କରି ଚଳାଇ ଲୋକଙ୍କ ମନରେ ଏକ ଆତଙ୍କ ଖେଳାଇ ଦେଇଥିଲା।

ତେବେ ସେହି ସମୟରେ ଟ୍ରେନ ଆସୁଥିବା କାରଣରୁ ଲେବ୍ଳକ୍ରସିଂ ଫାଟକ ପଡ଼ିଥିବାରୁ କାର ଚାଳକ ଅଟକି  ଯାଇଥିଲା । ନଚେତ ଅନେକ ଲୋକ ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତି ଯାଇଥିଲେ । ଏକ ବାଇକ ଚାଳକ  କାର ଚାଳକ ନିକଟରୁ ରକ୍ଷା ପାଇବା ନିମନ୍ତେ ଚଳନ୍ତା ବାଇକରୁ ଡ଼ିଆଁ ମାରିଥିବାର ଦେଖିବାକୁ ମିଳିଥିଲା ।  ଉତ୍ତ୍ୟକ୍ତ ଲୋକେ କାରଟିକୁ ବାଡେଇ ଭାଙ୍ଗି ଦେବା ପରେ ଓଲଟାଇ ଦେଇଥିଲେ। ପୁଲିସ ଆସି ମଦ୍ୟପ ଡ୍ରାଇଭରକୁ ଉଦ୍ଧାର କରିଥିଲା। ଡ୍ରାଇଭର ଜଣଙ୍କ  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବାସିନ୍ଦା ହୋଇଥିବା ବେଳେ ମାତ୍ର କେଇଦିନ ହେବ ଗାଡି ଚଲେଇବାକୁ ବାରିପଦା ଆସିଥିବା ଜଣାପଡିଛି। କାରଟି ଶୁଭେନ୍ଦ୍ର କୁମାର କରମହାପାତ୍ରଙ୍କ ନାମରେ ପଞ୍ଜିକୃତ ଥିବା ଜଣାପଡିଛି। ଏହି ଘଟଣାରେ କେହି ଗୁରୁତର ଆହତ ହୋଇନଥିଲେ ମଧ୍ୟ କାର ଚାଳକର ଏପରି ଉନ୍ମତ କାଣ୍ଡ ସାଧାରଣରେ ଆତଙ୍କ ଖେଳାଇ ଦେଇଥିଲା ।

 

0
0
0
s2sdefault