ହେଡଲାଇନସ୍:

କଳା ଏବଂ ସୃଜନଶୀଳତାର ଏନ୍ତୁଡ଼ିଶାଳ ହେଉଛି ମୟୂରଭଞ୍ଜ: ମହାରାଣୀ ରଶ୍ମୀରାଜ୍ୟଲକ୍ଷ୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ରିଏଟିଭ୍ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସର ଚିତ୍ର ପ୍ରଦର୍ଶନୀ ଉଦଯାପିତ 

ବାରିପଦା(ଦିଲ୍ଲୀପ ମହାନ୍ତି)- କଳା ଏବଂ ସୃଜନଶୀଳତାର ଏନ୍ତୁଡ଼ିଶାଳ ହେଉଛି ମୟୂରଭଞ୍ଜ । ଏଠାକାର ପ୍ରତିଟି ବ୍ୟକ୍ତି କଳାର ପୂଜାରୀ ତଥା ପ୍ରଶଂସକ । ଘରେ ଘରେ ଏଠି କଳାକାର ଜନ୍ମ ନିଅନ୍ତି । ଏଠାକାର ପାଣି, ପବନ, ପରିବେଶ ତଥା ଋଚିପୂର୍ଣ୍ଣ ଜୀବନଶୈଳୀ ଜଣେ ଶିଶୁକୁ କଳାକାର ଭାବେ ଗଢ଼ି ତୋଳିବାରେ ସହାୟ ହୋଇଥାଏ । ଖାଲି ଆବଶ୍ୟକୀୟ ତାଲିମ ଏବଂ ପୃଷ୍ଠପୋଷକତା ମିଳି ପାରିଲେ ସେମାନେ ସମଗ୍ର ରାଜ୍ୟ ତଥା ଦେଶରେ ନାଁ କରିଥାନ୍ତି ବୋଲି ମୟୂରଭଞ୍ଜ ମହାରାଣୀ  ରଶ୍ମୀରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ କହିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ଠାରେ କ୍ରିଏଟିଭ ସ୍କୁଲ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟସ ପକ୍ଷରୁ ଆୟୋଜିତ ନବମ ରାଜ୍ୟସ୍ତରୀୟ ଚିତ୍ର ପ୍ରଦର୍ଶନୀର ଉଦ୍ୟାପନୀ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଭୂଷଣ ଯତୀନ ଦାସ, ହରି ସିଂବାବୁ, ଶିବ ପାଣିଗ୍ରାହୀ ପ୍ରମୁଖଙ୍କ ଜୀବନଯାତ୍ରାକୁ ଅନୁଶୀଳନ କରି ସେଥିରୁ ପ୍ରେରଣା ଗ୍ରହଣ କରିବାକୁ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ ।

ସ୍କୁଲର ପରିଚାଳନା କମିଟୀ ସଭାପତି କଳ୍ପନା ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ  ଉଦ୍ଯାପନୀ  ସଭାରେ ମହାରାଣୀଙ୍କ ସମେତ ଲାଲସାହେବା  ପୂର୍ଣ୍ଣିମା ଭଞ୍ଜଦେଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆମ ରାଜ୍ୟର ଦଶଜଣ ଉଦୀୟମାନ ଚିତ୍ର ଏବଂ ଭାସ୍କର୍ଯ୍ୟ ଶିଳ୍ପୀ  ଜିଲୁ ସାହୁ (ଢେଙ୍କାନାଳ), ରିଷିତା ଖାଟୁଆ (ଭଦ୍ରକ), ଛକେନ୍ଦ୍ର ହେମ୍ବ୍ରମ (ମୟୂରଭଞ୍ଜ), ଅଜୟ ରଣା (ମୟୂରଭଞ୍ଜ), କାମିନୀକାନ୍ତ ସ୍ୱାଇଁ (ବାଲେଶ୍ୱର), ରଙ୍କନିଧି ସୁତାର (ବାଲେଶ୍ୱର), ଦିବ୍ୟଜ୍ୟୋତି ମହାନ୍ତି (ପୁରୀ), ସତ୍ୟ ପ୍ରକାଶ ସ୍ୱାଇଁ (କେନ୍ଦ୍ରପଡ଼ା), ସଶିବ ଦାସ (ମୟୂରଭଞ୍ଜ), ପ୍ରତିମା ନାୟକ (ବାଲେଶ୍ୱର) ପ୍ରମୁଖଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ଭଞ୍ଜଦେଓ ସମ୍ବର୍ଦ୍ଧିତ କରିଥିଲେ । ଏହା ସାଙ୍ଗକୁ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସେ ପୁରସ୍କାର ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭ୍ୟ ଆକାଶ ରାମ, ରୁନୁରାଣୀ ବେହେରା, ରାଜେଶ ମୁଦୁଲି, ରାଜୁ ନାଏକ, ସମୟ ଦାସ, ସୁବିନୟ ଦାସ, ସମତା ଦାସ, ସ୍ୱୟମ ଆଦିତ୍ୟ ମହାପାତ୍ର ଓ ରଶ୍ମିରଞ୍ଜନ ମହାନ୍ତ ପ୍ରମୁଖ ପ୍ରଦର୍ଶନୀ ତଥା ଉଦ୍ୟାପନୀ ଉତ୍ସବର ପରିଚାଳନା କରିଥିଲେ । ସଂପାଦକ ବିଭୁଦତ୍ତ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ସ୍କୁଲର ପ୍ରତିଷ୍ଠାତା  ଚାରୁଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault