ହେଡଲାଇନସ୍:

ଚାଷୀଙ୍କ ଦାବି ରହିଲା, ଆମରଣ ଅନଶନରୁ ଉଠିଲେ ଚାଷୀ : ଟୋକନ ମିଳିବା ସହ ଧାନ କିଣାହେବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ଓ ଧାରଣା ଆଜି ରାତି 8 ଘଣ୍ଟା ସମୟରେ ପ୍ରଶାସନିକ ପ୍ରତିଶ୍ରୁତି ପରେ ପ୍ରତ୍ୟାହାର ହେଇଯାଇଛି । ଧାରଣା ଓ ଅନଶନ କୁ ଚାଷୀମାନେ ବନ୍ଦ କରିବା ସହିତ ଆସନ୍ତା କାଲି ସକାଳୁ ଧାରଣା ସ୍ଥଳରୁ ସମସ୍ତ ଧାନ ବସ୍ତା ଉଠେଇ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀମାନେ ।

ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନଙ୍କର ନେତୃତ୍ୱରେ ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡା , ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ରୁନୁ ଲାକ୍ରା , ଥାନା ଅଧିକାରୀ ଶ୍ରୀ ଠାକୁର ଦାସ ମୁର୍ମୁ , ସୁପରଭାଇଜର ଶ୍ରୀ ମଙ୍ଗଲୁ ସାନବର୍ଷା ପ୍ରମୁଖ ଚାଷୀ ମାନଙ୍କର ସହିତ ଆଲୋଚନା କରିବା ସହିତ 176 ଜଣ ଚାଷୀଙ୍କୁ ଟୋକନ  ପ୍ରଦାନ କରିବା ସହିତ ଆସନ୍ତା କାଲି ସକାଳୁ ଧାନ ଉଠେଇବା ପ୍ରକ୍ରିୟା ଆରମ୍ଭ ହେବ ଓ ସୋମବାର ସୋସାଇଟି ରେ ସ୍ଥାଇ ସମ୍ପାଦକ ନିଯୁକ କରଜୀବ ବୋଲି ପ୍ରତିଶ୍ରୁତି ଦେଲାପରେ ଚାଷୀ ମାନେ ଆନ୍ଦୋଳନ ରୁ ଓହରି ଥିଲେ । ପ୍ରଶାସନ ର କଥା ମାନି ଆନ୍ଦୋଳନ ପ୍ରତ୍ୟାହାର କରିଥିବାରୁ ଉପଜିଲ୍ଲାପାଳ ଚାଷୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault