ହେଡଲାଇନସ୍:

ଚାଷୀ ଧାନ ଉପୁଜେଇବ, ବିକିବାକୁ ରାସ୍ତାରେ ବସିବ : ତେବେ ଏ ପ୍ରଶାସନ ଅଛି କାହିଁକି !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼/ ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ଡ଼ଭା ଝାରବନ୍ଦ ରାସ୍ତା ର ଡ଼ଭା ବଜାର ଠାରେ 5000 ବସ୍ତା ଧାନ ରଖି ଡ଼ଭା ସୋସାଇଟି ର ଚାଷୀ 4 ଦିନ ହେଲା କରିଛନ୍ତି ରାସ୍ତାରୋକ ଓ ଆମରଣ ଅନଶନ । 191 ଜଣ ଚାଷିଙ୍କର ବହୁ ଚେଷ୍ଟା ପରେ ମଧ୍ୟ ହୋଇନି ଟୋକାନ  ତେଣୁ ଧାନ ବିକ୍ରୀ କରି ନ ପାରି ବହୁତ ହଇରାଣ ହେଉଛନ୍ତି ଚାଷୀ । ଏହି ବିଷୟରେ ବାରମ୍ବାର ଉପ ଜିଲ୍ଲାପାଳ ,ଜିଲ୍ଲାପାଲ ଓ ଯୋଗାଣ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କେହି ଧ୍ୟାନ ଦେଲେ ନାହିଁ ତେଣୁ ବାଧ୍ୟ ହୋଇ ଚାଷୀ ଏବେ ରାସ୍ତା ରେ  । ଏହା ସହ 7 ଜଣ ଆମରଣ ଅନଶନରେ ବସିଛନ୍ତି ଏବଂ ଯେ ପର୍ଯ୍ୟନ୍ତ ଧାନ ଉଠିବ ନାହିଁ  ସେ ଯାଏ ଆମରଣ ଅନଶନରେ ବସିବେ ବୋଲି ଜଣାଇ ଛନ୍ତି ଏବଂ  ରାସ୍ତା ରୋକ ମଧ୍ୟ ହଟିବ ନାହିଁ  ।  ଗତ କାଲି ଚାଷୀଙ୍କ ଆମରଣ ଅନଶନ ଓ ରାସ୍ତା ଅବରୋଧ  ସ୍ଥାନକୁ ଝାରବନ୍ଦ ତହସିଲଦାର ପହଞ୍ଚୀ ଆଲୋଚନା କରିଥିଲେ ହେଲେ ଅଲୋଚନ ବିଫଳ ହୋଇଥିଲା ,। ଧାନ ଉଠିଲେ ଯାଇ ସେମାନେ ଉଠିବେ ସେହି ଗୋଟିଏ ଦାବି । ତେଣୁ ଧାନ କିଣାବିକା ସମସ୍ୟା ପ୍ରତିବାଦରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି  ।  ଡଭା ସୋସାଇଟି ଅଞ୍ଚଳର ରାଜେନ୍ଦ୍ରପୁର, ବିଜେଢ଼ୋଲ, ଡଭା,  ଛୋଟ ଅନକି, କନ୍ଦାଡଙ୍ଗର, କୁସମଦର୍ହା ଆଦି ଗ୍ରାମର ଶତାଧିକ ଚାଷୀ ବସିଛନ୍ତି ରାସ୍ତାରେ , ରାତି ଦିନ  । ଚାଷୀ ର ସମସ୍ୟା ର ସମାଧାନ ଟୋକାନ ବ୍ୟବସ୍ଥା କରିବ ବୋଲି ଯେଉଁ ଆଶା କରାଯାଇଥିଲା , ତାହା ଫେଲ ମରିଛି । ଚାଷୀ ପୂର୍ବ ବର୍ଷ ତୁଳନାରେ ଆହୁରି ବେସି ହଇରାଣ ରେ ପଡିଛି । ଚତୁର ସରକାରୀ ଅଫିସର ଫାଶରେ ପଡି ଯାଇଛି ଚାଷୀ । ତେଣୁ ଟୁକନ ପାଇ ପାରିନି ଏବଂ ଧାନ ଅମଳର 60 ଦିନ ବିତି ଗଲା ପରେ ମଧ୍ୟ ବିକି ପାରିନି ଧାନ ।

0
0
0
s2sdefault