ହେଡଲାଇନସ୍:

ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର): ଶିଶୁମାନଙ୍କ ପାଇଁ ଅଜା-ଆଈ ଓ ଜେଜେମା-ଜେଜେ ବାପା ମାନଙ୍କର ଭୁମିକା କିଛି କମ ନୁହେଁ । ନାତି ନାତୁଣୀ ମାନଙ୍କ ପାଇଁ ସେମାନଙ୍କ ମନରେ ଏକ ଆବେଗ ଭରିରହିଥାଏ । ବାଲ୍ୟ ଅବସ୍ଥାରୁ ସେମାନଙ୍କ ଲାଳନ ପାଳନ ଠାରୁ ପ୍ରତେକ କ୍ଷେତ୍ରରେ ସେମାନେ ଶିଶୁର ବୃଦ୍ଧିରେ ଆନନ୍ଦ ମନରେ ସହଯୋଗ କରିଥାନ୍ତି । ଏହାକୁ ସମ୍ମାନ ଜଣାଇ ପୂଜ୍ୟପୂଜା ପରମ୍ପରା ଆଧାରରେ ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ୧ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଜେଜେବାପା, ଜେଜେମାଆ, ଅଜା, ଆଈମାନେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କୁ ପୁଷ୍ପ ଅର୍ପଣ କରିବା ସହିତ ଧୂପ,ଦୀପ,ଚନ୍ଦନ ଦେଇ ପାଦପୂଜା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମ ସ୍ନେହ ମମତାର ଏକ ଭାବବିହ୍ୱଳ ବାତାବରଣ ସୃଷ୍ଟି କରିଥିଲା । ଆଜିର ଅତିଥି ମହେଶ୍ୱର ମହାପାତ୍ର, ଅନୁଷ୍ଠାନର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ସଂପାଦକ ପଦ୍ମନାଭ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଏହି ପୂଜ୍ୟପୂଜା ପରମ୍ପରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ ।

0
0
0
s2sdefault