ହେଡଲାଇନସ୍:

ଅଘଟଣ ପରେ ନିଦରୁ ଉଠିଲେ ସରକାର: ବିଦ୍ୟୁତ ସୁରକ୍ଷା ନେଇ ଶକ୍ତି ବିଭାଗର ଭିଡ଼ିଓ କନ୍ଫରେନ୍ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବେଦନଶୀଳ ବିଦ୍ୟୁତ  ସରବରାହ ସ୍ଥାନଗୁଡ଼ିକୁ ଚିହ୍ନଟ କରିବାକୁ ଦେଲେ ନିର୍ଦେଶ 

ଭବିଷ୍ୟତରେ ଏପରି ଦୁର୍ଘଟଣା ରୋକିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ : କ୍ୟାପ୍ଟେନ୍ ମିଶ୍ର

ଭୁବନେଶ୍ୱର (ଶାସକ ପ୍ରଶାସକ):  ସମ୍ବେଦନ ଶୀଳ ବିଦ୍ୟୁତ ସରବରାହ ସ୍ଥାନ ଗୁଡ଼ିକୁ ଚିହ୍ନଟ କରି ଭବିଷ୍ୟତରେ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏବଂ ସଂପୃକ୍ତବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ କହିଛନ୍ତିା

ଆଜି ଏହି ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ଆୟୋଜିତ ଏକ ଭିଡ଼ିଓ କନ୍ଫରେନ୍ସିଂରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବିଦ୍ୟୁତ ବିଭାଗ ଓ ସଂପୃକ୍ତ ବିଭାଗୀୟ ସମସ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ କହିଥିଲେ ସମସ୍ତେ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର କାର୍ଯ୍ୟକାରିତା ପ୍ରକାରେ କାର୍ଯ୍ୟକଲେ ପ୍ରାଣୀସଂପଦ ଓ ମାନବ ଜୀବନରେ ସୁରକ୍ଷାକୁ ଗୁରୁତ୍ୱ ଦେଇପାରିବାା ନିଜ ଅଞ୍ଚଳର ଲୋକପ୍ରତିନିଧିମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରି ରାଜ୍ୟର ପ୍ରତ୍ୟେକ କୋଣ-ଅନୁକୋଣରେ ସମ୍ବେଦନଶୀଳ ବିଦୁ୍ୟତ ସରବରାହକୁ ଠିକ୍ ରୂପେ ଏବଂ ନିୟମ ଅନୁଯାୟୀ ରହିଛି ନା ନାହିଁ ତା'ର ଏକ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲୋ ଭବିଷ୍ୟତରେ ଏପରି ଦୁର୍ଘଟଣା ଯେପରି ନଘଟେ ସେଥିପ୍ରତି ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ଏଥି ନିମନ୍ତେ ଅର୍ଥର କୌଣସି ବାଧକ ନାହିାଁ ରାସ୍ତାର ୨୨ ଫୁଟ ଉଚ୍ଚରେ ୧୧ କେଭି ତାର ରହିବା ଆବଶ୍ୟକା ରାସ୍ତା ପାଶ୍ୱର୍ରେ ବିଦ୍ୟୁତ ତାର ୧୯ ଫୁଟ ଉଚ୍ଚରେ ରହିବା ଜରୁରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ୧୫ ଫୁଟ ଉଚ୍ଚରେ ରହିବା ଉଚିତା ଏହି ନିୟମ ପ୍ରକାରେ ଯେଉଁଠାରେ ଅନୁପାଳନ ହୋଇନାହିଁ ଏବଂ କମ୍ ଉଚ୍ଚତାରେ ତାରଗୁଡ଼ିକ ରହିଛି ସେସବୁ ସରକାରଙ୍କ ଦୃଷ୍ଟିକୁ ଆଣି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ କହିଥିଲୋ ଏ ଦିଗରେ ବ୍ୟତିକ୍ରମ ଦେଖାଗଲେ ସଂପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କହିଛନ୍ତିା

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ କହିଥିଲେ ଯେ ନିକଟରେ ଘଟିଯାଇଥିବା ଦୁର୍ଘଟଣା ବିଷୟରେ ସମସ୍ତେ ଗୁରୁତ୍ୱ ଦେଇଛନ୍ତିା ଓଡ଼ିଶାରେ ମଣିଷ ଜୀବନ ସହିତ ପଶୁ ସଂପଦର ମଧ୍ୟ ବିଦ୍ୟୁତ ଦୁର୍ଘଟଣା ଘଟି ଅନେକ ଜୀବନହାନି ଘଟୁଛିା ଏଣୁ ଏଥି ପ୍ରତି ଓଡ଼ିଶା ସରକାର ଗୁରୁତ୍ୱ ଦେଇଛନ୍ତିା ଏ ଦିଗରେ ରହିଥିବା ସମସ୍ତ ପ୍ରତିବନ୍ଧକ ଦୂର କରାଯିବା ଏହି କାର୍ଯ୍ୟଟିକୁ ସମସ୍ତଙ୍କ ସହଯୋଗ କ୍ରମେ ସୀମିତ ସମୟ ମଧ୍ୟରେ ଖୁବ୍ ଶୀଘ୍ର ଶେଷ କରିବାକୁ ପଡ଼ିବା ସମସ୍ତ ଜିଲ୍ଲାପାଳ ନିଜ ସ୍ତରରେ ଏହାକୁ ଗୁରୁତ୍ୱ ସହକାରେ ବିଚାର କରି ନିଜ ଅଞ୍ଚଳରେ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରି ୭ ଦିନ ମଧ୍ୟରେ ତଦନ୍ତ କରି ତା'ର ସ୍ଥିତି ସଂପର୍କିତ ତଥ୍ୟ ବିଦ୍ୟୁତ ବିଭାଗକୁ ଦିଅନ୍ତୁା କ'ଣ କଲେ ଏଭଳି ଗମ୍ଭୀର ସମସ୍ୟାର ସମାଧାନ ହୋଇପାରିବ ଏବଂ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ, ସେଥି ପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାପଳଙ୍କୁ ଅବଗତ କରାଇଥିଲୋ ଶକ୍ତି ବିଭାଗର ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ବିଦୁ୍ୟତ ତାର କିଭଳି ଭାବେ ରହିବା ଉଚିତ ତା'ର ନୀତି ନିୟମ କ'ଣ କ'ଣ ରହିଛି ସେ ସଂପର୍କରେ ଅବଗତ କରାଇ ବିଭାଗୀୟ ନିରୀକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଉତ୍ତରଦାୟିତ୍ୱ ରହିଛି ଏବଂ ସେମାନଙ୍କ ଖାମଖୀଆଲିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲୋ ସେସୁର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ସୌରଭ ଗର୍ଗ ଓପିଟିସିଏଲର  ସହକାରୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି କହିଥିଲୋ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅରୁଣ ବୋଥ୍ରା ଜଣାଇଥିଲେ "ଫନୀ' ବାତ୍ୟା ପ୍ରଭାବିତ ଅଞ୍ଚଳରେ ରହିଥିବା କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲୋ

୧୧ କେଭି ଏବଂ ଏଲ୍ଟି ଲାଇନ୍ଗୁଡ଼ିକୁ ସୁଦୃଢ଼ କରିବା, ହାତୀ ଚଳପ୍ରଚଳ (କରିଡର) ଅଞ୍ଚଳଗୁଡ଼ିକରେ ରହିଥିବା ଉଚ୍ଚକ୍ଷମତାସଂପନ୍ନ ବିଦୁ୍ୟତ ଲାଇନ୍ର ଉନ୍ନତିକରଣ ଓ ସଂସ୍ଥାପନ କରିବା, ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ରହିଥିବା ଟ୍ରାନ୍ସମିଶନ ଲାଇନ୍ ଏବଂ ଟ୍ରାନ୍ସଫରର୍ମରଗୁଡ଼ିକ ସ୍ଥାନାନ୍ତର କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲାା

ଆଲୋଚନା ପୂର୍ବରୁ ମେଣ୍ଡାରାଜପୁର ଡଙ୍ଗଲପାଡ଼ୁ ଗ୍ରାମ୍ୟ ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲାା ଆଗାମୀ କାଲି ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କ ଟକ ସ୍ଥିତ ଏସ୍ସିବି ମେଡିକାଲ୍ରେ ଚିକିତ୍ସିତ ହେଉଥିବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କ ଚିକିତ୍ସା ସଂପର୍କରେ ବୁଝିବା ପାଇଁ କଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛିା ବୈଠକରେ ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା ଏବଂ ସଂପୃକ୍ତ ବିଭାଗୀୟ ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ 

0
0
0
s2sdefault