ହେଡଲାଇନସ୍:

ସରକାରଙ୍କୁ କଂଗ୍ରେସ ର ଚେତାବନୀ :  ବଜେଟରେ କୃଷି ଋଣ ଛାଡ ଓ ଚାଷୀ ପେନସନ୍ ପାଇଁ ବ୍ୟବସ୍ଥା କର,   ନହେଲେ  ଅକ୍ଷୟ ତୃତୀୟାଠାରୁ ରାଜ୍ୟବ୍ୟାପୀ ଚାଷୀ ଆନ୍ଦୋଳନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

07-03-18-congress.jpg - 18.82 kB ଭୁବନେଶ୍ୱର- ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଭାବେ କୃଷି କ୍ଷେତ୍ରରେ ନିର୍ଭରଶୀଳ ।  କେବଳ ସେମାନେ ଅନ୍ନ ଦାତା ନୁହନ୍ତି, ସରକାର ଗଠନରେ ପ୍ରମୁଖ ଭୋଟ ଦାତା । କିନ୍ତୁ ଦୁଃର୍ଭାଗ୍ୟର ବିଷୟ ଅନ୍ୟ ୩୦ ପ୍ରତିଶତ ଲୋକ କ୍ରମାଗତ ଭାବେ ଧନୀରୁ ଧନୀ ହେଉଥିବା ବେଳେ ଏହି ୭୦ ପ୍ରତିଶତ ଚାଷୀ ବହୁ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖିନ । ବର୍ତ୍ତମାନର ସରକାର ଚାଷୀଙ୍କ ପାଇଁ ଯେତେଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଚାଷୀର ବିକାଶ ପରିବର୍ତ୍ତେ ବିନାଶ ଘଟିଛି ଫଳରେ ଚାଷୀ ମହରଗରୁ ଯାଇ କାନ୍ତାରରେ ପଡିଛି ।  ଫସଲ ହାନି, ଋଣଭାର ଓ ଉତ୍ପାଦିତ  କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରିର ଶିକାର ହୋଇ ଚାଷୀ ଆତ୍ମହତ୍ୟା  ବୃଦ୍ଧି ପାଉଛି । କିନ୍ତୁ  ଶାସନ ଓ ପ୍ରଶାସନ ନିକଟରେ ଏହି ଅଣସଂଗଠିତ ଚାଷୀ ଲବି କରି ପାରୁ ନ ଥିବା ହେତୁ  ସେମାନଙ୍କ ନ୍ୟାୟପୂର୍ଣ୍ଣ ଦାବିଗୁଡ଼ିକୁ ସରକାର ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରି ଚାଲିଛନ୍ତି । ଯାହା ଫଳରେ ଚାଷୀ ପରିବାରର ଲକ୍ଷ ଲକ୍ଷ ଭେଣ୍ଡିଆ ଯୁବକ ଚାଷ ପ୍ରତି ବିମୁଖ ହୋଇ ଚାଷ ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଲୋକ ସଂଖ୍ୟା ବଢ଼ିବା ଅନୁପାତରେ ଚାଷ ଜମି କ୍ରମାଗତ ଭାବେ ହ୍ରାସ ପାଇଛି । ରାଜ୍ୟର ମୋଟ ୬୧ ଲକ୍ଷ ହେକ୍ଟର ଚାଷ ଜମିରୁ ୧୫ ଲକ୍ଷ ହେକ୍ଟର ଚାଷ ଜମି ଏଥି ପାଇଁ ସମ୍ପୂର୍ଣ୍ଣ ପଡ଼ିଆ ପଡ଼ିଛି । ଚାଷ ଓ ଚାଷୀର ବାସ୍ତବ ସମସ୍ୟାଗୁଡିକର ସମାଧାନ ପାଇଁ  ଆଜି ସୁଦ୍ଧା ସରକାର କୌଣସି ଏକ ନୀତିଗତ ପଦକ୍ଷେପ ଗ୍ରହଣ କରୁ ନ ଥିବା ଆମ ରାଜ୍ୟ ପାଇଁ ଏକ ଅଶୁଭ ଲକ୍ଷଣ । ସାମାଜିକ ଦିଗରେ ଚାଷୀ ସର୍ବହରା  ତେଣୁ ଆଜି ଚାଷୀର ଏପରି ଦୁଃସ୍ଥିତି ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ।  ତେଣୁ  ରାଜ୍ୟ ସରକାର କାଳ ବିଳମ୍ବ ନ କରି ଆସନ୍ତା ବଜେଟରେ ସମସ୍ତ ଋଣ ଗ୍ରସ୍ତ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ ଓ ସାମାଜିକ ସୁରକ୍ଷା ପାଇଁ  ସମସ୍ତ ଚାଷୀଙ୍କୁ ମାସିକ ଅନୁ୍ୟନ୍ୟ ୩ ହଜାର ଟଙ୍କା ଭତା ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ରାଜ୍ୟ ପାଣ୍ଠିରୁ କୁଇଂଟାଲ ପିଛା ୫୦୦ ଟଙ୍କା ବୋନସ୍ ଏବଂ ପ୍ରତି ଚାଷୀ ପରିବାରର ମୁଣ୍ଡପିଚ୍ଛା ଆୟ ବୃଦ୍ଧି ପାଇଁ ଅତ୍ୟନ୍ତ ପକ୍ଷେ ପରିବାରର ଜଣକୁ କୃଷି ତଥା ଆନୁସଙ୍ଗୀକ କୃଷି କ୍ଷେତ୍ରରେ ଶତ ପ୍ରତିଶତ ସରକାରୀ ରିହାତି ସହାୟତାରେ ଦୀର୍ଘସ୍ଥାୟୀ ଆତ୍ମନିଯୁକ୍ତି ବ୍ୟବସ୍ଥା ପାଇଁ ବଜେଟରେ ଅର୍ଥ ବରାଦ କରିବାକୁ  ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ପକ୍ଷରୁ ଦୃଢ ଦାବି କରାଯାଇଛି । ଯଦି ଏ ଦିଗରେ ସରକାର ଆସନ୍ତା ବଜେଟରେ ଅର୍ଥ ବରାଦ ନ କରନ୍ତି, କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଆସନ୍ତା ଏପ୍ରିଲ ୧୮ କୃଷି ଭିତିକ ଗଣ ପର୍ବ ଅକ୍ଷୟ ତୃତୀୟା ଦିବସଠାରୁ ସରକାରଙ୍କ ବିରୁଦ୍ଧରେ ରାଜ୍ୟ ବ୍ୟାପୀ ଚାଷୀ ଆନ୍ଦୋଳନ  ବ୍ୟାପକ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

 

0
0
0
s2sdefault