ହେଡଲାଇନସ୍:

ବ୍ୟାପକ ଜନ ସଚେତନତା ହିଁ ଅଂଶୁଘାତ ମୁକାବିଲାରେ ସହାୟକ ହେବ :ଅତିରିକ୍ତ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ବିଭାଗ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

13-03-18-byas.jpg - 100.66 kB

ଯାଜପୁରରୁ ଜୟଶଙ୍କର ଦାସ  : ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ଏକ ସାମୁହିôକ ଦାୟିତ୍ୱ ।  ବ୍ୟାପକ ଜନ ସଚେତନତା ହିଁ  ଏହାର ମୁକାବିଲାରେ ସହାୟକ ହେବ ବୋଲି ଅତିରିକ୍ତ ଜିଲ୍ଳ୍ାପାଳ ବ୍ରଜବନ୍ଧୁ ଭୋଳ ମତବ୍ୟକ୍ତ କରିଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରୈାଦ୍ରତାପ, ଅଂଶୁଘାତ, ଜଳ ଓ ବିଜୁଳି କଷ୍ଟ ନିବାରଣ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ଭୋଳ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟ ମାନଙ୍କରେ ଅଶୁଘାତ ସଚେତନତା ସମ୍ପର୍କିତ ବ୍ୟାନର, ହୋଡିଂ, ପୋଷ୍ଟର ଇତ୍ୟାଦି ଲଗାଯିବା, ଲୋକମାନେ ଟାଣ ଖରାରେ ଅତି ଆବଶ୍ୟକ ନହେଲେ ବାହାରକୁ ନ ବାହାରିବା, ବାହାରକୁ ବାହାରୁଥିଲେ ପାଣି ବୋତଲ, ଚ୍ଥତା, ଜୋତା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା ସଂପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ ।  ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ବ୍ଳ୍କ ପ୍ରଶାସନ, ଜନସ୍ୱାସ୍ଥ୍ୟ ବିଭାଗ ଓ ପୈାର ପ୍ରଶାସନ ପାନୀୟ ଜଳ ଯୋଗାଣ ପାଇଁ ତପôର ହେବା ସହ ଅଚଳ ନଳକୂପ ଓ ପାଇପ୍ ଲାଇନ୍ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ଅଧିକ ସଂଖ୍ୟାକ ଟ୍ୟାଙ୍କର ଯୋଗାଡ କରି ରଖିବା ସହ ଜଳ ସମସ୍ୟା ସମ୍ପର୍କିତ ଅଭିଯୋଗ ପୁସ୍ତିକାକୁ ନିୟମିତ ଭାବେ ଯାଂଚ କରି ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଳ୍ାପାଳ ନିଦେ୍ର୍ଧଶ ଦେଇଥିଲେ ।  ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ବିଗତ ବର୍ଷ ମାନଙ୍କ ଭଳି ଜଳଚ୍ଥତ୍ର ଖୋଲିବା, ଚଳିତ ବର୍ଷ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ ଏହି ଜଳଚ୍ଥତ୍ର ଗୁଡିକୁ ପରିଚାଳନା ହେବାକୁ ଥିବାରୁ ସେଥିପାଇଁ ଊପଯୁକ୍ତ ପଦକ୍ଷେପ ନେବା, ଜିଲ୍ଳ୍ା ଜରୁରୀ ବିଭାଗ ତରପଂରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା, ବ୍ଳ୍କ, ତହସିଲ ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟ ମାନେ ଅନୁରୂପ ଭାବେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ଶ୍ରୀ ଭୋଳ ନିଦେ୍ର୍ଧଶ ଦେଇଥିଲେ ।  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଓ.ଆର୍.ଏସ୍. ପ୍ୟାକେଟ୍ ସହ ଅଂଶୁଘାତ ଚିକିସôା କକ୍ଷ ବ୍ୟବସ୍ଥା, ବରପଂ, ଏସି ରୁମ୍, କୁଲର ବ୍ୟବସ୍ଥା ଇତ୍ୟାଦି କରିବା, ପ୍ରାଣୀ ଚିକିସôା ବିଭାଗ ପକ୍ଷରୁ ପଶୁ ମାନଙ୍କ ପାଇଁ ଜଳ କୁଣ୍ଡର ବ୍ୟବସ୍ଥା କରିବା, ଶ୍ରମିକମାନେ ଦିନ ୧୧ ଟାରୁ ଘ. ୩.୩୦  ମିନିଟ୍ ପର୍ଯ୍ୟନ୍ତ କାର୍ଯ୍ୟ ନ କରିବା, କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟ ଜଳ, ଚ୍ଥାଇ ଇତ୍ୟାଦିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ସମୟରେ ବସ୍ ଚଳାଚଳ ବନ୍ଦ ରଖିବା, ବସ୍ରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ବରପଂ ଇତ୍ୟାଦି ବ୍ୟବସ୍ଥା କରିବା, ଶିକ୍ଷାନୁÂାନ ଗୁଡିକ ସକାଳୁଆ କ୍ଳ୍ାସ କରିବା ପାଇଁ ଅତିରିକ୍ତ ଜିଲ୍ଳ୍ାପାଳ ନିଦେ୍ର୍ଧଶ ଦେଇଥିଲେ ।  ଜିଲ୍ଳ୍ାରେ ୧୬୮୪୮ ନଳକୂପ ଓ ୨୯୮ ଟି ପାଇପ୍ ମାଧ୍ୟମରେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଚ୍ଥି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ ।  ଶିଳ୍ପ ସଂସ୍ଥା ମାନେ ଏହି ସମୟରେ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଓ ଜଳଚ୍ଥତ୍ର କେନ୍ଦ୍ର ଖୋଲିବା ପାଇଁ ପରାମର୍ଶ ଦିଆଯାଇଥିଲା ।  କୈାଣସିଠାରେ ଅଂଶୁଘାତ ମୃତୁ୍ୟର ଅଭିଯୋଗ ଆସିଲେ ତହସିଲଦାର ଓ ସ୍ୱାସ୍ଥ୍ୟ ଅଧିକାରୀ ୩ ଦିନ ମଧ୍ୟରେ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ନିଦେ୍ର୍ଧଶ ଦେବାସହ ମୃତକଙ୍କୁ ଶବକୁ ତୁରନ୍ତ ସଂସ୍କାର ନ କରି ଆଇନ ଅନୁସାରେ ପୋଷ୍ଟମର୍ଟମ, ତଦନ୍ତରେ ସହଯୋଗ  କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ ।  ଯାହା ପଂଳରେ ସହାୟତା ମିଳିବା ସହଜ ହେବ ବୋଲି ସେ କହିଥିଲେ ।  ଚଳିତ ମାସ ୩୧  ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ସାରିବାକୁ ବିଦ୍ୟାଳୟ ମାନଙ୍କୁ ନିଦେ୍ର୍ଧଶ ଦିଆଯାଇଚ୍ଥି ଓ ଅପ୍ରେଲ ୨ ତାରିଖ ଠାରୁ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ସକାଳୁଆ ହେବ ବୋଲି ଜିଲ୍ଳ୍ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ସୂଚନା ଦେଇଥିଲେ ।  ଊପଜିଲ୍ଳ୍ାପାଳ ଶ୍ରୀ ଧଳ ଧନ୍ୟବାଦ ଅର୍ପଣ  କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଜରୁରୀ ବିଭାଗ ସହକାରୀ ଜିଲ୍ଳ୍ାପାଳ ରାଜଲକ୍ଷ୍ମୀ ନାୟକ, ଜିଲ୍ଳ୍ା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ,  ସମସ୍ତ ବି.ଡି.ଓ., ତହସିଲଦାର, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଜିଲ୍ଳ୍ା ଜରୁରୀ ବିଭାଗର କର୍ମଚାରୀ ଅରୁଣ କୁମାର ସାହୁ, ନକୁଳ ଚରଣ ମଲ୍୍ଳିକ, ତରୁଣ କୁମାର ପଣ୍ଡା, ସୁପ୍ରିୟ କୁମାର ପଣ୍ଡା, ଦଶରଥ ଜେନା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । 

 

 

0
0
0
s2sdefault