ହେଡଲାଇନସ୍:

 ମହିଳାମାନଙ୍କୁ ଶିକ୍ଷିତ ଓ  ସୁରକ୍ଷିତ ପାଇଁ ଗଣଦୌଡ଼ ପ୍ରତିଯୋଗିତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଛଉପଡ଼ିଆଠାରୁ ଫାଷ୍ଟ ଏଜୁକେସନ ଟ୍ରଷ୍ଟ ପକ୍ଷରୁ  ମହିଳାମାନଙ୍କୁ ଶିକ୍ଷିତ ଓ ସୁରକ୍ଷିତ  ବାର୍ତ୍ତା ନେଇ ଏକ ଗଣଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଫେବୃଆରୀ ୨ ସକାଳ ୭ରେ ଶତାଧିକ ଯୁବକ ଯୁବତୀ, ଛାତ୍ରଛାତ୍ରୀ ଏହ ଗଣଦୌଡ଼ ପ୍ରତିଯୋଗିରା ଅଂଶ ଗ୍ରହଣ କରି ଛଉପଡ଼ିଆରୁ ନିଜର ଦୌଡ଼ ଆରମ୍ଭ କରି ଏମପିସି ମହାବିଦ୍ୟାଳୟ, କୃଷ୍ଣଚନ୍ଦ୍ର ଗୋଲେଇ, ଟ୍ରାଫିକ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ପୁଣି ଛଉପଡ଼ିଆରେ ଆସି ପହଁଞ୍ଚିଥିଲେ । ଏହାପରେ ଫାଷ୍ଟ ଏଜୁକେସନ ଟ୍ରଷ୍ଟର ସଭାପତି ରାଧାକୃଷ୍ଣ ହାଁସଦାଃଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ପୁରସ୍କାର ବିତରଣୀ ସଭାରେ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀମାନଙ୍କୁ  ମନ୍ତ୍ରୀ ସୁଦାମ ପୁରସ୍କାର ପ୍ରଦାନ କରିଥିଲେ । ମହିଳାମାନଙ୍କୁ ଶିକ୍ଷିତ ଓ ସୁରକ୍ଷିତ ରଖିବାର ବାର୍ତ୍ତା ଦେଇ ଆୟୋଜିତ ଏହି ଜନସଚେତନତା କାର୍ଯ୍ୟକ୍ରମକୁ ସହରର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି । 

 

0
0
0
s2sdefault