ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ପାଲବଣିରୁ କେସି ସାର୍କଲ ମୁଖ୍ୟ ରାସ୍ତାରେ ଉଡ଼ନ୍ତା ପୋଲ ନିର୍ମାଣ ନିମନ୍ତେ ପୂର୍ତ୍ତ ଓ ନିର୍ମାଣ ବିଭାଗ ପକ୍ଷରୁ ମାପ ଚୁଖ କରାଯିବା ସାଙ୍ଗକୁ ବୋରିଂ କରାଯାଇ ମାଟି ପରୀକ୍ଷା ଆରମ୍ଭ ହୋଇଛି । ଫଳରେ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଦୀର୍ଘ ବର୍ଷ ଧରି ଦୋକାନ କରି ବ୍ୟବସାୟ ଚଳାଇ ପରିବାର ଚଳାଇ ଆସୁଥିବା ଶହ ଶହ ବ୍ୟବସାୟୀଙ୍କୁ କ୍କେଦ କରାଯିବାର ସମ୍ଭାବନା ରହିଛି । ଫଳରେ କ୍ଷତି ଗ୍ରସ୍ତ ହେବାକୁ ଯାଉଥିବା ବ୍ୟବସାୟୀମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଆଜି ପ୍ରାୟ ଏକ ହଜାରରୁ ଅଧିକ ଜନସାଧାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ନିଜର ଦାବିପତ୍ର ପ୍ରଦାନ କରିବା ସହ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଡଭେଲପମେଣ୍ଟ କାର୍ଯ୍ୟରେ ବାଧା ଦିଆଯାଇ ପାରିବ ନାହିଁ । ନିଜେ ନିର୍ମାଣ ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବା ପରେ କଣ କରାଯାଇ ପାରିବ ସେ ବିଷୟରେ ଚିନ୍ତା କରିବେ ବୋଲି କହିଥିଲେ ।