ହେଡଲାଇନସ୍:

ଘିଚାପାଲି ରେ ନବାହ ପାରାୟଣ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଲୁତୁରପଙ୍ଗ ଅନ୍ତର୍ଗତ ଘିଚାପାଲି ର ମେଟାକାନୀ ଛକ ଠାରେ ନଅ ଦିନ ଧରି ୭ ତମ ନବାହ ପାରାୟଣ ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରତେକ ଦିନ ମା ଚଣ୍ଡୀ ଙ୍କ ପ୍ରତିମୂର୍ତ୍ତି କୁ ପୂଜାର୍ଚ୍ଚନା ଓ ନବରାତ୍ର ସହ ଚଣ୍ଡୀ ହୋମ ଯଜ୍ଞ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ  ଚଣ୍ଡୀ ମଣ୍ଡପରେ ଅରବିନ୍ଦ ପୁରୋହିତ   ଓ ପାରାୟଣ ମଣ୍ଡପରେ ରାମ ଶଙ୍କର ସାହୁ ସହପତ୍ନୀ  ଙ୍କ ସହ ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ  ରେ ବ୍ୟାସ ଭାବେ ସଚ୍ଚିଦାନନ୍ଦ ପଣ୍ଡା  ନଅ ଦିନିଧରି ରାମାୟଣ ପାରାୟଣ ପଠନ କରିଥିଲେ । ଏଥିରେ ବିଭିନ୍ନ ଗ୍ରାମରୁ ଶହ ଶହ ଭକ୍ତ ଯୋଗଦେଇଥିଲେ । ପ୍ରତେହ ପାରାୟଣ ପାଠ ସରିଲା ପରେ ସମସ୍ତ ଭକ୍ତମାନଙ୍କୁ  ଅନ୍ନ ପ୍ରସାଦ  ର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରଟି ଜୀବର୍ଦ୍ଧନ ନନ୍ଦ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ହରିହର ବେହେରା,  ରାସାନନ୍ଦ ସାହୁ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

0
0
0
s2sdefault