ଜମଲା ଡିଗ୍ରୀ କଲେଜ ବାର୍ଷିକୋତ୍ସବ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ କଲେଜ ଅଷ୍ଟମ ବାର୍ଷିକୋତ୍ସବ କଲେଜ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟଅତିଥି ରୂପେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା,ସମ୍ମାନିତ ଅତିଥି ରୂପେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ପଦ୍ମପୁର ଅଞ୍ଚଳ କଲେଜ ଅଧ୍ୟକ୍ଷ ଡକ୍ଟର ଲଳିତେନ୍ଦୁ ନାୟକ,ମୁଖ୍ଯବକ୍ତା ରୂପେ ମାଣ୍ଡୋସିଲ କଲେଜ ଓଡ଼ିଆ ଅଧ୍ୟାପକ ସନ୍ତୋଷ ସିଂହ ଠାକୁର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦୃଢ ମନୋବଳ,ଆତ୍ମ ବିଶ୍ୱାସ ଓ ଉତ୍ତମ ବିଚାର ସହ ଜୀବନର ସବୁ ସମସ୍ୟା ବିରୁଦ୍ଧରେ ଲଢ଼େବାକୁ ବହୁ ଉଦାହରଣ ମାଧ୍ୟମରେ ଉଦବୋଧନ ଦେଇଥିଲେ। କଲେଜ ପରିଚାଳନା ପରିଷଦ ସଭାପତି କୃଷ୍ଣଚନ୍ଦ୍ର ଭୋଇ, ସଂପାଦକ ନନ୍ଦ କିଶୋର ଦାଶ ମଞ୍ଚାସୀନ ହୋଇ କଲେଜର ଅଭାବ ଅସୁବିଧା ଦର୍ଶାଇ ବିଧାୟକଙ୍କ ସାହାଯ୍ୟ ଲୋଢ଼ି ଥିଲେ । ଅଧ୍ୟାପିକା ମୀନତି ଦେବତା ସ୍ବାଗତ ଭାଷଣ ଦେଇ ଥିବା ବେଳେ ଅଧ୍ୟାପକ ଡକ୍ଟର ସ୍ବାଧୀନ ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନେ ୨୩ ଗୋଟି ମର୍ଯ୍ୟାଦାଜନକ ସ୍ମୃତି ପୁରସ୍କାର ସହ ସାହିତ୍ୟ ଓ କ୍ରୀଡ଼ା ବିଭାଗର ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଆଶିଷ କୁମାର ଭୋଇ, ସଦାନନ୍ଦ ସେଠ, ରବୀନ୍ଦ୍ର ନାଗ, ଦଶରଥ ପ୍ରଧାନ,ସୁବୋଧ ସା,ଅଧ୍ୟାପିକା ଦେବକୀ ପୋଢ଼,ସୁମନ୍ତ କୁମାର ବାଜପେୟୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ସଭାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ ବିଚିତ୍ରା ପରିବେଷଣ କରା ଯାଇଥିଲା ।

0
0
0
s2sdefault