ହେଡଲାଇନସ୍:

ନିଆରା ଢଙ୍ଗରେ ସରସ୍ଵତୀ ପୂଜା କଲେ ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ହରଭଙ୍ଗା:/ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଆରା ଢଙ୍ଗରେ ସରସ୍ଵତୀ ପୂଜା ପାଳନ କରିଛନ୍ତି ।

ବିଦ୍ୟାଳୟର ସମସ୍ତ ୨୦୦ ବିଦ୍ୟାର୍ଥୀ ନିଜର ଥାଳି ରେ ମାଁ ସରସ୍ଵତୀ ଙ୍କ ମୂର୍ତ୍ତି ଆଣି ପୂଜା କରିଥିଲେ । ତା ସହିତ ଫୁଲ ଚନ୍ଦନ ନଡ଼ିଆ ସବୁ ଆଣିଥିଲେ । ସନ୍ଧ୍ୟାରେ ଏକ ନାଟକ ଛାତ୍ରଛାତ୍ରୀ ମାନେ  ଡ଼ାକ୍ ମୁନସୀ ମଞ୍ଚସ୍ଥ କରିଥିଲେ ଏହି ନାଟକ କୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବରାଜ ସାହୁ ନିର୍ଦ୍ଦେଶନା ଦେଇଥିଲେ । 

ବୌଦ୍ଧ ଜିଲ୍ଲା ଉପାଧ୍ୟକ ଅକ୍ରୁର ସେଠୀ ମୁଖ୍ୟ ଅତିଥି , ହରଭଙ୍ଗା ବ୍ଲକ୍ ଅଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର , ପିଇଓ ବିଶ୍ୱଜିତ୍ ଗାଆଣ , ସିଆରସି ସତ୍ୟ ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚସ୍ଥ ଥିଲେ ।

0
0
0
s2sdefault