ପୁଣି ଅଚାନକ ପାଣ୍ଡିୟାନ, ଏଥର ମାଆଙ୍କ ପୀଠ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମୁଖ୍ୟମନ୍ତ୍ରୀଙ୍କ ବିକାଶ ନକ୍ସାରେ ପ୍ରସିଦ୍ଧ ତାରାତାରିଣୀ ପୀଠ, ବଦଳିବ ଚେହେରା 

ବୁଗୁଡ଼ା (ଶାସକ ପ୍ରଶାସକ) ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା  ପର୍ଯ୍ୟଟନ, ଆଧ୍ୟାତ୍ମିକ ତଥା ଐତିହ୍ୟସ୍ଥଳୀ ଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି, ଆଉ ପ୍ରସ୍ତୁତ ହୋଇଛି ନୀଳ ନକ୍ସା ବା ବ୍ଲୁ ପ୍ରିଣ୍ଟ | ଏହି ଆଧାରରେ ସରକାରଙ୍କ ପକ୍ଷରୁ  ମିଶନ ମୋଡ଼ରେ କାମା ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଅନୁରୂପ କେମିତି ସମସ୍ତ ବିକାଶ ମୂଳକ କାର୍ଯ୍ୟ ସୁଚାରୁ ଢଙ୍ଗରେ ରୁପାୟନ ହେବ ତାହାର ଗୁରୁ ଦାୟିତ୍ୱ ମୁଣ୍ଡାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କାର୍ତିକେୟନ ପାଣ୍ଡିୟାନ | ପୁରୀରୁ ଶ୍ରୀ ଗଣେଶ ହୋଇଥିବା ଏହି ମିଶନ ଏବେ ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର , ଐତିହ୍ୟ ସହର କଟକ , ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ପରେ ଏବେ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ ସ୍ଥଳୀ ମା ତାରା ତାରିଣୀ ପୀଠ ମୁହାଁ | ଆଉ ସକାଳୁ ସକାଳୁ ମାଙ୍କ ପୀଠରେ ପହଂଚି ମାଙ୍କ ଆଶୀର୍ବାଦ ନେବା ସହ ପୀଠର ବିକାଶ ନକ୍ସା ନେଇ ସମୀକ୍ଷା କରିଛନ୍ତି ୫ ଟି ସଚିବ ଶ୍ରୀ ପାଣ୍ଡିୟାନ |

ମାଙ୍କ ପୀଠର ବିକାଶ ପାଇଁ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସକାଶେ କଣ କଣ ଭିତ୍ତିଭୂମି ଲୋଡ଼ା ତାରି ଉପରେ ଆଲୋଚନା କରିଛନ୍ତି ଶ୍ରୀ ପାଣ୍ଡିୟାନ | ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାନଗେଙ୍କ ସହ ସେଠାରେ କି କି ଭିତ୍ତିଭୁମି ଓ ସୁବିଧା ସୁଯୋଗ ରହିଛି ସେ ବିଷୟରେ ଆଲୋଚନା କରିବା ସହ ଆଉ କଣ କଣ କରାଯିବା ଆବଶ୍ୟକ ସେ ବିଷୟରେ ବିଷଦ ଆଲୋଚନା କରିଥିଲେ | ଏହି ଅବସରରେ ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ମନ୍ଦିରର ପୂଜକ ମାନଙ୍କ ସହ ଶ୍ରୀ ପାଣ୍ଡିୟାନ ମଧ୍ୟ କିଛି ସମୟ ଆଲୋଚନା କରିଥିଲେ ମନ୍ଦିର ବିଷୟରେ | ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଗଂଜାମ ଜିଲ୍ଲାପାଳ ଥିବା ବେଳେ ଏହି ପୀଠର ବିକାଶ ପାଇଁ ପଦକ୍ଷେପ ନେଇଥିବା ବେଳେ ଆଗାମୀ ଦିନରେ ତାଙ୍କରି ତତ୍ତ୍ୱାବଧାନରେ ଏହି ପୀଠ ନୂଆ ସ୍ୱରୂପ ପାରିବ ଓ ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଆଶା କାରାଯାଉଛି | 

0
0
0
s2sdefault