ହେଡଲାଇନସ୍:

ମାଙ୍କ ପୂଜାରେ ଦିନଟିଏ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ (ଶାସକ ପ୍ରଶାସକ) ଦିନଟା ସାରା ମା ସରସ୍ବତୀଙ୍କ ପୂଜାର୍ଚନାରେ କଟିଲା ସମୟ | ସାଙ୍ଗରେ ଥିଲେ ନିଜ ସହଯୋଗୀ ଆଉ ସହକର୍ମୀ | ଲାଗୁଥିଲା ଶିକ୍ଷାୟତନ | ପ୍ରିନ୍ସିପାଲ କର୍ତ୍ତା ସାଜି ହୋମରେ ବସିଛନ୍ତି | ଆଉ ଅନ୍ୟମାନେ ପୂଜାରେ ବସିଥିଲେ ବାଧ୍ୟ ଛାତ୍ରଙ୍କ ଭଳି | ଅବଶ୍ୟ ସେତ ଶିକ୍ଷାୟତନ ନଥିଲା କି ପୂଜାରେ କର୍ତା ପ୍ରିନ୍ସିପାଲ ନଥିଲେ ଆଉ ପୂଜାରେ ସାମିଲ ହୋଇଥିବା ଅନ୍ୟମାନେ ଛାତ୍ର ନଥିଲେ |

ଆମେ କହୁଛୁ ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ ଆଉ ନୟାଗଡ ବିଜୁ ଜନତାଦଳ ପାର୍ଟି କାର୍ଯ୍ୟାଳୟ କଥା | ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାୟିନୀ ମା’ ସରସ୍ଵତୀଙ୍କ ଭବ୍ୟ ପୂଜା ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଆଉ କର୍ତ୍ତା ସାଜିଥିଲେ ମନ୍ତ୍ରୀ ଡ଼ ସାହୁ | ଆଉ ପୂଜାରେ ସାମିଲ ହୋଇଥିଲେ ଦଳର ବହୁ ସ୍ଥାନୀୟ ନେତା, କର୍ମୀ ଆଉ ବିଭିନ୍ନ ବର୍ଗର ଜଣ ସାଧାରଣ | ଆଉ ବହୁ ଆଡମ୍ବରରେ ପାଳିତ ହୋଇଥିଲା ମା ସରସ୍ବତୀଙ୍କ ଭବ୍ୟ ପୂଜା | ଆଉ ଏଇଥି ପାଇଁ ମନ୍ତ୍ରୀ ଡ଼ ସାହୁ ସମସ୍ତଙ୍କୁ କରିଥିଲେ ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ଭାବେ | 

 

0
0
0
s2sdefault