ହେଡଲାଇନସ୍:

ବରଗଡ଼ ଚିନିକଳ ଉପରେ ସରକାରଙ୍କ ନଜର ପଡିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର : ଅଚଳ ହୋଇ ପଡିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ ଅଂଟା ଭିଡିଛନ୍ତି ସରକାର | ସାମ୍ପ୍ରତିକ ସ୍ଥିତିରେ ଏହି ଚିନିକଳର ସ୍ଥିତିସମ୍ପର୍କରେ ସବିଶେଷ ଅନୁଧ୍ୟାନ ପାଇଁ ରାଷ ସରକାର ଏକ ଉଚସ୍ତରୀୟ କମିଟି ଗଠନ କରିଛନ୍ତି | ଏହି କମିଟି ସଵିସ୍ତୃତ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବା ପରେ ତାହାକୁ ରାଜ୍ୟ କ୍ୟାବିନେଟ୍‌ରେ ଉପସ୍ଥାପନ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

ବରଗଡ଼ ସମବାୟ ଚିନିକଳର ସଦ୍ୟତମ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସମବାୟ ବିଭାଗର ସଚିବ ବୀରବିକ୍ରମ ଯାଦବ ଓ ସମବାୟ ସମିତି ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସମେତ ବରଗଡ଼ ଜିଲ୍ଲାପାଳ ଓ ବରଗଡ଼ ସମବାୟ ଚିନିକଳର ପରିଚାଳନା ନିର୍ଦ୍ଦେଶକ ବୈଠକରେ ସାମିଲ ଥିଲେ |

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ସମବାୟ ଚିନିକଳରେ ଗତ ତିନି ବର୍ଷ ହେଲା କୌଣସି ଉତ୍ପାଦନ ହେଉ ନାହିଁ। ଆନ୍ତର୍ଜାତିକ ସ୍ତରରେ ଚିନିର ବଜାର ମୂଲ୍ୟ ହ୍ରାସ ଓ ଏହି ଚିନିକଳରୁ ଉତ୍ପାଦନ ଖର୍ଚ୍ଚ ଅଧିକ ହେଉଥିବାରୁ ଚିନିକଳକୁ କ୍ରମାଗତ କ୍ଷତି ସହିବାକୁ ପଡ଼ୁଥିଲା। ଏଥି ସହିତ ଦୈନିକ ୧୨୫୦ ଟନ୍ ଆଖୁ ପେଡ଼ା ଯାଉଥିବା ଏହି ସ୍ବଳ୍ପ କ୍ଷମତାସମ୍ପନ୍ନ ଚିନିକଳ ଲାଭଜନକ ହୋଇପାରୁ ନ ଥିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏହା ସହିତ ସମ୍ପ୍ରତି ନିକଟବର୍ତ୍ତୀ ଅଞ୍ଚଳରେ ଆଖୁଚାଷ ମଧ୍ୟ ହ୍ରାସ ପାଇଛି। ଏହି ପରିପ୍ରେକ୍ଷୀରେ ଆଖୁ ଚାଷୀମାନଙ୍କ ସ୍ବାର୍ଥ, ଚିନିକଳର ଶ୍ରମିକ ଓ କର୍ମଚାରୀ ତଥା ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ସ୍ଥିତି ଅନୁଧ୍ୟାନ କରି ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା | ବରଗଡ଼ ସମବାୟ ଚିନିକଳ ଅଧୀନରେ  ଥିବା ସମସ୍ତ ଜମିକୁ ଆସନ୍ତା ୭ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ରେକର୍ଡଭୁକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ବାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଚିନିକଳର କର୍ମଚାରୀମାନଙ୍କ ପାଇଁ ଭିଆରଏସ ସ୍କିମ ଲାଗୁ କରିବା ଓ ବରଗଡ଼ ଚିନିକଳର ପୁନରୁଦ୍ଧାର ସମ୍ପର୍କରେ ଆଗ୍ରହୀ ସଂସ୍ଥାମାନଙ୍କ ଠାରୁ ପ୍ରସ୍ତାବ ଆହ୍ବାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା |

 

0
0
0
s2sdefault