ହେଡଲାଇନସ୍:

"ଗୁରୁ ମା' ସୁନନ୍ଦା ପଟ୍ଟନାୟକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ମୃତିଚାରଣ, ଗାୟନ ଓ ବୃତ୍ତଚିତ୍ର ପ୍ରଦର୍ଶନରେ ପ୍ରଣାମୀ

ଭୁବନେଶ୍ୱର,(ଶାସକ ପ୍ରଶାସକ)-ପ୍ରସିଦ୍ଧ ଶାସ୍ତ୍ରୀୟ ସଂଗୀତ ଗାୟିକା ଡ. ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଶା ସରକାର ଏକ ଗବେଷଣା ଚେୟାର ପ୍ରତିଷ୍ଠା କରିବା ସହିତ ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ବୋଲି ଦର୍ଶାଇ ତାଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀା ଆଜି ସନ୍ଧ୍ୟାରେ ଅନୁଷ୍ଠିତ "ସୁନନ୍ଦା ସ୍ମୃତି ଓ ସଂଗୀତ ସନ୍ଧ୍ୟା' କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଉପରୋକ୍ତ ମର୍ମରେ "ଗୁରୁ ମା' ସୁନନ୍ଦାଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିା

ପ୍ରସିଦ୍ଧ ସାହିତ୍ୟିକ  ପଦ୍ମଶ୍ରୀ ଡ. ପ୍ରତିଭା ରାୟଙ୍କ ପ୍ରେରିତ ବାର୍ତ୍ତା ପଠିତ ହୋଇଥିବାବେଳେ ପ୍ରସିଦ୍ଧ ଗାୟିକା ଡ. ଶ୍ୟାମାମଣି ଦେବୀ, ଖ୍ୟାତନାମା ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର, "ଲାର୍କ ବୁକସ୍'ର ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ସଂଗୀତ ସଂଗଠକ ଶ୍ରୀ ମହେନ୍ଦ୍ର ମିଶ୍ର, ନୃତ୍ୟାଙ୍ଗନା ପଦ୍ମଶ୍ରୀ ଡ.କୁମକୁମ ମହାନ୍ତି, ସାହିତି୍ୟକ ଡ. ଗୌରହରି ଦାସ, ଓ କାଦମ୍ବିନୀ' ସଂପାଦିକା ଡ. ଇତି ସାମନ୍ତ ପ୍ରମୁଖ ଡ. ସୁନନ୍ଦା ପଟ୍ଟନାୟକ କୃତି ଓ କୃତିତ୍ୱ ଉପରେ ଆଲୋକ ପାତ କରି ବିନ ମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୀ ଥିଲୋ ପ୍ରଖ୍ୟାତ କାନ୍ଥ ଶିଳ୍ପୀ ଶ୍ୟାମାମଣି ଦେବୀ "ହରି ଭଜନ କୋ ମାନୋ ରେ....', ଡ. ବିଜୟ ଜେନା "ଆଜି ଦେବ ବୋଲି କେଉଁ ଭିକ୍ଷା...', ଗୁରୁ ରାମହରି ଦାସ "ଜୀବନପାତ୍ର ମୋ ଭରିଛ କେତେ ମତେ...', ମହାପାତ୍ର ମିନତୀ ଭଞ୍ଜ "ଜୀବନ ବିନ୍ଦୁ...' ଇତ୍ୟାଦି ସଂଗୀତ ଗାନ କରି ଗୁରୁମା ସୁନନ୍ଦାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ କରିଥିଲୋ ଏହା ପରେ ଶ୍ରୀ ଦିଲ୍ଲୀପ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ସୁନନ୍ଦା ପଟ୍ଟନାୟକଙ୍କ କୃତି ଓ କୃତିତ୍ୱ ଆଧାରିତ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲାା

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ ସମେତ ବହୁ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ସଂଗୀତପ୍ରେମୀ, ସଂସ୍କୃତିକର୍ମୀ, ବୁଦ୍ଧିଜୀବୀ ଓ ଗବେଷକ ଏବଂ ଯୁବଶିଳ୍ପୀ ସମବେତ ହୋଇଥିଲୋ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ. ସଂଗୀତା ଗୋସାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ 

 

 

0
0
0
s2sdefault