ହେଡଲାଇନସ୍:

ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ ଉଦଘାଟିତ : ମହାସମୁଦ ଦଳ ପ୍ରଥମେ ସେମି ଫାଇନାଲରେ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ)-ଗୋଲ୍ଡେନ ଷ୍ଟାର କ୍ରିକେଟ କ୍ଳବ ଆନୁକୂଲ୍ୟରେ ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ ଉଦଘାଟିତ ହୋଇଯାଇଛି । ପ୍ରଥମ ଲିଗ ମ୍ଯାଚ ବୁକାଝୁଲା ଓ ମହା ସମୁଦ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସଜିତି ବୁକାଝୁଲା ୧୦ ଓଭରରେ ୩୮ ରନ ସଂଗ୍ରହ କରିଥିଲେ ତାର ଜବାବରେ ମହା ସମୁଦ ଦଳ ୪ ଓଭରରେ ୪୦ ରନ ବିଜୟୀ ଲାଭ କରିଥିଲେ। ଦ୍ବିତୀୟ ଲିଗ ମ୍ଯାଚ ତରଭା ଓ ବିଜେପୁର ମଧ୍ୟରେ ୮ ଓଭରରେ ୫୯ ରନ ସଂଗ୍ରହ କରି ଥିଲେ ତାର ଜବାବରେ ବିଜେପୁର ଦଳ ୭.୩ ଓଭରରେ ବିଜୟୀ ଲାଭ କରିଥିଲେ। ପ୍ରଥମ କ୍ବାର୍ଟର  ଫାଇନାଲ ମ୍ୟାଚରେ  ମହା ସମୁଦ ଓ ବିଜେପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଟସଜିତି ୮ ଓଭରରେ ମହା ସମୁଦ ୪୯ ରନ ଲକ୍ଷ୍ୟ  ହୋଇଥିଲା। ତାର ଜବାବରେ ୮ ଓଭରରେ ୪୦ ରନ କରି ପରାଜୟ ବରଣ ହୋଇଥିଲା। ମହାସମୁଦ ଦଳ ପ୍ରଥମେ ସେମି ଫାଇନାଲ ଦଳ ଭାବରେ ପ୍ରବେଶ କଲା । ଆଜିର ମୁଖ୍ୟ   ଅତିଥି ମାନସ ନାଗ,ସମ୍ମାନିତ ଅତିଥି ଭାବେ ଅଶ୍ବିନୀ ବରିହା ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।

0
0
0
s2sdefault