ଲୋକାର୍ପିତ ହେଲା ବିଜୁ ଏକ୍ସପ୍ରେସ ୱେ,  ବିଜେପୁରକୁ କୃତଜ୍ଞତାପୁର୍ଣ ଜୁହାର କଲେ ମୁଖ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଗଷ୍ଟ ୧୫ ତାରିଖ ସୁଦ୍ଧା  ବିଜେପୁରରେ  ବିଦ୍ୟୁତିକରଣ ସରିବ

ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେଇ ଜାରି ରହିବ :: ମୁଖ୍ୟମନ୍ତ୍ରୀ 

12-03-18-bijepur.jpg - 63.37 kB

ବରଗଡ଼ରୁ ଗୌରାଙ୍ଗ ଦାସ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଝାରସୁଗୁଡ଼ା ଠାରେ ରାଉରକେଲା- ସମ୍ବଲପୁର "ବିଜୁ ଏrପ୍ରେସ ୱେ ର ଲୋକାର୍ପଣ କରିଛନ୍ତି । ସୋମବାର ଦିନ ଝାରସୁଗୁଡ଼ା ପଂଚପଡ଼ା ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଏହି ୧୬୩ କିଲୋମିଟର ଦୀର୍ଘ ବିଜୁ ଏକ୍ସପ୍ରେସ ୱେକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ରାଜ୍ୟ ସରକାର ୧୨ଶହ କୋଟି ଟଙ୍କା ବ୍ୟୟ କରିଛନ୍ତି  । 

12-3-2018-biju.jpg - 2.71 MB

ଏହା ସହିତ ବିଜେପୁର ନିର୍ବାଚନମଣ୍ଡଳୀର ବରପାଲିରେ ଆୟୋଜିତ ବିଜେପୁର ଜୁହାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବରପାଲିି  ଫୁଟବଲ ପଡିଆ ଠାରେ ଅନୁଷ୍ଠିତ  ସଭାରେ ବିଜେପୁର ବାସୀଙ୍କ ଉଦେ୍ଧଶ୍ୟରେ "ଜୁହାର ବିଜେପୁର' ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ନିଶ୍ଚୟ ପୂରଣ କରାଯିବ । ବିଜେପୁରର ବିକାଶ କାମକୁ ମୁଁ ନିଜେ ତଦାରଖ କରିବି ଏବଂ ଏହା ଆଜିଠାରୁ ଆରମ୍ଭ ହେଲା  ।  ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ବିଜେପୁର ନିର୍ବାଚନମଣ୍ଡଳୀକୁ ବିଦ୍ୟୁତିକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ଘୋଷଣା କରିଛନ୍ତି । ଏହାବ୍ୟତୀତ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମର ଲଢେଇ ଜାରି ରହିବ । ମହାନଦୀ ଓ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା , ବୁଣାକାରମାନଙ୍କ ଦ୍ରବ୍ୟ ଉପରେ ଜିଏସ୍ଟି ଛାଡ ସମେତ ଅନେକ ଦାବିକୁ ତୀବ୍ର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । 

ସୋମବାର ଦିନ ବିଜେପୁର ଠାରେ ବିଭିତ୍ତ ଉତ୍ତୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହାସହ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ବିଜୟୀ କରିଥିବାରୁ ମୁଖ୍ୟମନ୍ତ୍ରୀ ବିଜେପୁରବାସୀ ଏବଂ ଦଳୀୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।  

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିନିକିଆ ବିଜେପୁର ଗସ୍ତରେ ଯାଇ ବିଭିତ୍ତ ପ୍ରକଳ୍ପର ଉଦଘାଟନ କରିବା ସହ ଶୁଭ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସାନବାଉସେନ୍ ଠାରେ ଅନୁସୂଚିତ ଜନଜାତି ବାଳିକାମାନଙ୍କ ପାଇଁ ୧୦୦ ସିଟ୍ ବିଶିଷ୍ଟ  ହଷ୍ଟେଲର ଉଦଘାଟନ କରିଥିବା ବେଳେ ବରପାଲି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଔଷଧ ପଣ୍ୟାଗାର, ଗାଇସିଲଟ ଆଶ୍ରମ ବିଦ୍ୟାଳୟ, ଝାରବନ୍ଧ ହାଇସ୍କୁଲ ବିଜେପୁରର ୪ ଟି ଅଙ୍ଗନୱାଡି କେନ୍ଦ୍ର,  ଗାଇସିଲଟ ବ୍ଲକ୍ର ୩ ଟି ଅଙ୍ଗନୱାଡି କେନ୍ଦ୍ର ,ଗାଇସିଲଟ ବ୍ଲକ୍ ଅଫିସ୍ କୋଠାର ଉତ୍ତତିକରଣ , ୨୩ କୋଟି ଟଙ୍କା ବିନିଯୋଗରେ ୧୯ କିମି ବିଶିଷ୍ଟ ଦୀପ୍ତିପୁର-ଗାଇସିଲଟ ରୋଡ୍ର ପ୍ରଶସ୍ତିକରଣ ପାଇଁ ଭି ିପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ବହିୟାପୁର ଠାରୁ ବାଂଜିପାଲୀ ପର୍ଯ୍ୟନ୍ତ ୧୦୨ ଲକ୍ଷ ଟଙ୍କାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ହେବାକୁ ଥିବା ୨.୧ କିମିର ରାସ୍ତା  ଏବଂ ବିଜେପୁର ବ୍ଲକ୍ର ସମଲେଇପଦର , ସାଇପାଲି, ବେନିଆଚଲ, ଗାଣ୍ଠିଆପାଲି, ଖରମୁଣ୍ଡା ଓ ପହଣ୍ଡି ଗ୍ରାମ ପଂ·ୟତରେ ୬୨୧ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୬ଟି ଗ୍ରାମ୍ୟ ପାଇପ୍ ପାଣି ଯୋଗାଣ ପ୍ରକଳ୍ପର ଭ ିପ୍ରସ୍ତର ସ୍ଥାପନ କରିଥିଲେ । ଜଳସେଚନ ପ୍ରକଳ୍ପର ଉତ୍ତତିକରଣ ପାଇଁ ପଦ୍ମପୁର ଠାରେ ଏକ ଉଠା ଜଳସେଚନ ଡିଭିଜନ ଖୋଲାଯାଇଛି । ଶେଷରେ ଆପଣଙ୍କ ଆଶୀର୍ବାଦରେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ ଭାବେ ନିଶ୍ଚୟ ସୁନାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । \

12-03-18-biju-express.jpg - 323.14 kB

0
0
0
s2sdefault