ହେଡଲାଇନସ୍:

ଜାତୀୟ ସେବା ଶିବିର ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ମହାବିଦ୍ୟାଳୟସ୍ଥିତ ଜାତୀୟ ସେବା ସଂସ୍ଥା  ପକ୍ଷରୁ ସପ୍ତାହବ୍ୟାପୀ  ମାଟିଆମହୁଲ ଗ୍ରାମରେ  ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ ଜାତୀୟ ସେବା ଶିବିର ସୋମବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ରଙ୍କ ସଭାପତିତ୍ୱରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଆମନ୍ତ୍ରିତ ଅତିଥି ଭାବେ  ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମୀନକେତନ ବିଶ୍ୱାଲ, ଅଧ୍ୟାପକ ମହେଶ କୁମାର ମିଶ୍ର , ଅଧ୍ୟାପକ ଡ.ପ୍ରଦୀପ ପ୍ରଧାନ, ଅଧ୍ୟାପକ ସୁଶାନ୍ତ ନାୟକ, ଅଧ୍ୟାପକ ଡ. ସରୋଜ ଦାଶ, ଅଧ୍ୟାପକ ଭୁପତୀ କାଲୋ, ରଣଜିତ ରାଉତ, ଗଣେଶ ସାହୁ, କୁମରମଣି ବରିହା ପ୍ରମୁଖ ମଂଚାସୀନ ଥିଲେ । ପ୍ରଥମ ଦିନରେ ଗାଁ ଦାଣ୍ଡ ସଫେଇ କାର୍ଯ୍ୟ ସ୍ୱେଚ୍ଛାସେବୀମାନେ କରିଥିବା ବେଳେ ସଂଧ୍ୟାରେ ବୃକ୍ଷରୋପଣ ଓ ପରିବେଶ ସ୍ୱଚ୍ଛତା, ମଧୁମେହ ରୋଗର ପରୀକ୍ଷା ଓ ପ୍ରତିକାର, ଯୋଗ ଆଦି ଉପରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା କରିଥିଲେ । ମାଟିଆମହୁଲ ଗ୍ରାମର ଶତୃଘ୍ନ ସାହୁ, ଅଶ୍ୱିନୀ  ସାହୁ, ମୋହନ ସାହୁ, ଦିଲ୍ଲୀପ ସାହୁ, ଥବୀର ସାହୁ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଙ୍ଗଲତା ଭୋଇ ଓ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ପତି ପ୍ରମୁଖ ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରକୁ ମହାବିଦ୍ୟାଳୟର ସୁବାଷ ପ୍ରଧାନ, ରଘୁମଣି ମହାନନ୍ଦ ,ହୃଷିକେଶ ସହୁ,  ସୁନିଲ ଜୈନ, ତ୍ରିନାଥ କାଣ୍ଡ, ଉପେନ୍ଦ୍ର ଜାଲ, ସବିତା ସେଠ, ସଂଯୁକ୍ତା କାଣ୍ଡ  ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ବିଶ୍ୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ ।  

0
0
0
s2sdefault