ହେଡଲାଇନସ୍:

ବୋଡାସମ୍ବର କପ କ୍ରିକେଟ: ଫାଇନାଲରେ ଆରୱାଇସିସି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ):  ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍  ପ୍ରତିଯୋଗିତା ଶୁକ୍ରବାର ଷଷ୍ଠ  ଦିବସରେ ଅନୁଷ୍ଠିତ ହୋଇଥିଲା । ଦ୍ବିତୀୟ ସେମି ଫାଇନାଲ ର ଉଭୟ ଟି ୨୦ ଟି ୧୦ ମ୍ଯାଚ ରେ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା କୁ ପରାସ୍ତ କରି ଆର ୱାଇ ସିସି ରାଉରକେଲା ଫାଇନାଲ ରେ ପ୍ରବେଶ କରିଛି । ଖୋର୍ଦ୍ଧା ପକ୍ଷରୁ ଦେବାଂଶ ସିଂହ ୩୨ରନ, ସମୀର ମହାନ୍ତି ୨୪ ରନ କରିଥିଲେ। ପଦ୍ମପୁର ଟ୍ରକ ମାଲିକ ସଂଘର ସଂପାଦକ ହେମନ୍ତ କୁମାର ପଟ୍ଟନାୟକ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ରାଉରକେଲା ର ୮ ଗୋଟି ୱିକେଟ ନେଇଥିବା ସନ୍ତୋଷ ମହାରଣାଙ୍କୁ ମ୍ୟାନ  ଅଫ ଦି ମ୍ୟାଚ  ପୁରସ୍କାର ପ୍ରଦାନ କରିଥିଲେ। ଚୂଡାମଣି ପାଢ଼ୀ, ଅମୀୟ ସାହୁ ଖେଳ ପରିଚାଳନା କରିଥିବା ବେଳେ ଅମରେଶ ବେହେରା ସ୍ଲୋରର ଦାୟିତ୍ବ ତୁଲାଇଥିଲେ। ଦିବ୍ୟଶଙ୍କର ପଣ୍ଡା ଓ ଦେନାଶିଷ ଚକ୍ର ବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିଥିଲେ । ସ୍ପୋର୍ଟିଙ୍ଗର ସଭାପତି ସୁନୀଲ ସାହୁ, ପ୍ରଶାନ୍ତ ମହାନ୍ତି, ତାପସ ମହାନ୍ତି,ନିରୋଜ ସିନ୍ନା,ମୁଞ୍ଚୁ ଦୀପ ସମେତ ସମସ୍ତ ସଦସ୍ଯ ପୁରସ୍କାର ବିତରଣୀରେ ସାମିଲ ଥିଲେ। ଶନିବାର ବୋଡାସମ୍ବର ସ୍ପୋର୍ଟିଙ୍ଗ ଭେଟେରିଆନ ଓ ଟିଚର୍ସ ୧୧ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ଓ ରବିବାର ଦିନ ୟୁନିୟନ ସ୍ପୋଟିଙ୍ଗ କଟକ ଓ ଆରୱାଇସିସି ରାଉରକେଲା ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

0
0
0
s2sdefault