ହେଡଲାଇନସ୍:

ସରକାରଙ୍କ ଦାୟିତ୍ୱ ସବୁ ବୋଲି  କହି ସମାଜ ତା ଉତ୍ତର ଦାୟିତ୍ବରୁ ଓହରିଗଲେ ପତଗତି  ଅସମ୍ଭବ  - ଧର୍ମେନ୍ଦ୍ର ପ୍ରଧାନ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 
  • ଦାରିଦ୍ର୍ୟରୁ ମୁକ୍ତି ଦେବା ପାଇଁ ହେଲେ ରାଜ୍ୟକୁ ଆର୍ଥିକ ସମ୍ପନ୍ନତା ଜରୁରୀ 

  • ଶିଳ୍ପ ବିପ୍ଳବ ୪.୦ରେ ଓଡିଶା ହୋଇପାରିବ ବିଶ୍ୱର ଅଗ୍ରଣୀ ଅଂଚଳ

  • ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ବିଶ୍ୱର ୧ ନମ୍ବର ଆର୍ଥିକ ସମୃଦ୍ଧ ଭୂଭାଗ ହେବା ପାଇଁ ଯୋଗ୍ୟ

  •  ଲୋକଙ୍କୁ ଦାରିଦ୍ୟରୁ ସମ୍ପନ୍ନତା ଆଡକୁ ନେବା ପାଇଁ ସମାଜକୁ ନେତୃତ୍ୱ ନେବାକୁ ପଡିବ

ଭୁବନେଶ୍ୱର – ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ ରହିଛି । ଶିଳ୍ପ ବିପ୍ଲବ ୩.୦ରେ କମ୍ପ୍ୟୁଟର ବଡ ଭୂମିକା ଗ୍ରହଣ କରିଥିଲା ବେଳେ ଶିଳ୍ପ ବିପ୍ଲବ ୪.୦ରେ ବଡ ମାଧ୍ୟମ ଇଂଟରନେଟ୍ ହୋଇଛି । ଓଡିଶା ଏକ ବୁଦ୍ଧି ଆଧାରିତ ଓ ପରିଶ୍ରମୀ ମାନବ ସମ୍ବଳର ଅନନ୍ୟ ପରିଚୟ ହୋଇଥିବା ବେଳେ ଏହକୁ ଉପଯୋଗ କରି ଓଡିଶା ଶିଳ୍ପ ବିପ୍ଳବ ୪.୦ରେ ବିଶ୍ୱର ଆର୍ଥିକ ପ୍ରଗତିର ଅଗ୍ରଣୀ ଅଂଚଳ ହୋଇପାରିବ ବୋଲି ଶୁକ୍ରବାର ଆୟୋଜିତ ବ୍ରାଣ୍ଡସ୍ ଅଫ୍ ଓଡିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମର କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ୨୦୨୦ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିନକୁ ଦିନ ବିଶ୍ୱରେ କାମର ରୂପରେଖ ବଦଳୁଛି । ବିଶ୍ୱରେ ୧୦୦ ବର୍ଷ ପୂର୍ବରୁ ଯେଉଁ କାମ ଥିଲା ଇତିମଧ୍ୟରେ  କାର୍ଯ୍ୟଶୈଳି ବଦଳିଛି । ଘରେ ରହି ମଧ୍ୟ ୪ଟି ଜାଗାରେ ଜଣେ ବ୍ୟକ୍ତି କାମ କରିବା ସମ୍ଭବ | ତେଣୁ ଏହି ସମୟରେ ଓଡିଶାକୁ କିଭଳି ଭାବରେ ନେବାର ଆବଶ୍ୟକତା ରହିଛି ସେଥିପାଇଁ ଭାବିବାକୁ ପଡିବ । ତେବେ ଯାଇ ଓଡିଶା ଓ ଏହାର ଅର୍ଥନୀତି ଆଗକୁ ବଢିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ପୃଥିବୀର ବିଭିନ୍ନ ଅଂଚଳରେ କିଛି ନା କିଛି ଉପଲବ୍ଧି ରହିଛି । ଅନୁରୂପ ଭାବେ ପ୍ରଗତିର ଶୀର୍ଷରେ ପହଁଚିବା ପାଇଁ ଓଡିଶାରେ ସବୁ ଉପାଦାନ ଭରିରହିଛି । ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ବିଶ୍ୱର ୧ ନମ୍ବର ଆର୍ଥିକ ସମୃଦ୍ଧ ଭୂଭାଗ ହେବା ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି । ସେହିପରି ଭୁବନେଶ୍ୱର ସହରରେ ଅନେକ ସରକାରୀ ଓ ବେସରକାରୀ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ  ଅଛି । ଏହାର ଲାଭ ଉଠାଇବା ପାଇଁ ଏକ ଇକୋ ସିଷ୍ଟମ୍ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଦାରିଦ୍ର୍ୟ ମଣିଷ ପାଇଁ ସବୁଠୁ ବଡ ଅଭିଶାପ । ମଣିଷକୁ ଦାରିଦ୍ର୍ୟରୁ ମୁକ୍ତି ଦେବା ପାଇଁ ହେଲେ ରାଜ୍ୟକୁ ଆର୍ଥିକ ସମ୍ପନ୍ନ କରିବାର ଆବଶ୍ୟକତା ରହିଛି । ଏହାର ରାସ୍ତା କେବଳ ସରକାରଙ୍କର ନୁହେଁ ସମାଜର ମଧ୍ୟ । ଯଦି ସମସ୍ତେ ଏହା ସରକାରଙ୍କ କାମ ବୋଲି ଦ୍ୱନ୍ଦରେ ରହିବେ ତେବେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ସେହି ସ୍ଥାନର ପ୍ରଗତି ହେବ ନାହିଁ । ଲୋକଙ୍କୁ ଦାରିଦ୍ୟରୁ ସମ୍ପନ୍ନ କରିବା ପାଇଁ ସମାଜକୁ ତାର ନେତୃତ୍ୱ ନେବାକୁ ପଡିବ । ବିଶେଷ ଭାବରେ ସମାଜର ବୁଦ୍ଧିଜୀବୀ ବର୍ଗକୁ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ଜନଜାତି ବା ପଛୁଆ ବର୍ଗର ଲୋକମାନେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ନିଜ ନିଜ ଉପାୟରେ ସରକାରଙ୍କ ଉପରେ ନିର୍ଭର ନହୋଇ ବ୍ୟବସ୍ଥା ତିଆରି କରୁଛନ୍ତି । କେହି କାଠ ପୋଲ ନିର୍ମାଣ କରୁଛି ତ କେହି କଳାହାଣ୍ଡି ଜିଲ୍ଲାରେ ପରିବାକୁ ସତେଜ୍ ରଖିବା ପାଇଁ ନିଜ ଜ୍ଞାନ ବଳରେ ପଦ୍ଧତି ବାହାର କରୁଛି । ଏହିଭଳି ଭାବେ ନିଜର ମନ ବିଜ୍ଞାନ ଏବଂ ବୁଦ୍ଧି ବଳରେ ଓଡିଶାକୁ ଆଗକୁ ନେବାର ଆବଶ୍ୟକତା ରହିଛି । 

 

0
0
0
s2sdefault