ହେଡଲାଇନସ୍:

ମୋ ସାଢେ ଚାରିକୋଟିର ପରିବାର ମୋ ପାଇଁ ଗୁରୁତ୍ୱପୂର୍ଣ : ମୁଖ୍ୟମନ୍ତ୍ରୀ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) 

"ପରିବାର ଆମ ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ |

ଆମେ ଚାହୁଁ ଆମ ପିଲା ମାନେ ଭଲ ପଢନ୍ତୁ |

ଆମ ଭାଇ ଓ ଭଉଣୀ ମାନେ ଭଲ ଚାକିରୀ ବା ରୋଜଗାର ପାଆନ୍ତୁ, ଆମେ ଚାହୁଁ |

ଆମେ ଚାହୁଁ ଆମ ବାପା ମା ଭଲ ସ୍ୱାସ୍ଥ୍ୟ ସେବା ପାଆନ୍ତୁ |

ମୋର ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କୁ ନେଇ ଗୋଟେ ପରିବାର ଅଛି | 

ସେମାନଙ୍କ ଆଶୀର୍ବାଦରୁ ସେମାନଙ୍କୁ ମୁଁ ୨୦ ବର୍ଷ ଧରି ସେମାନଙ୍କ ସେବା କରୁଛି |

ମୁଁ ଚାହେଁ ଆମ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଆନ୍ତୁ |

ଆମ ଭାଇ ଓ ଭଉଣୀ ମାନେ ଭଲ ଚାକିରୀ ପାଆନ୍ତୁ |

ଆମ ଗୁରୁଜନମାନେ ଭଲ ସ୍ୱାସ୍ଥ୍ୟ ସେବା ପାଆନ୍ତୁ |

ଆପଣମାନେ ହେଉଛନ୍ତି ଏହି ପରିବର୍ତ୍ତନ ଏଜେଣ୍ଡାର ଚାଳକ ବା ଡ୍ରାଇଭର |

ମୁଁ ନିଶ୍ଚିତ ଯେ, ସେ ଦିଗରେ ଆଜିର ଏହି ସମିଳନୀ ବେଶ ସହାୟକ ହେବ | ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ" ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶୁକ୍ରବାର ଭୁବନେଶ୍ୱର ଲୋକ ସେବା ଭବନରେ ଆୟୋଜିତ ଆଇଏଏସ୍‌ ସମ୍ମିଳନୀରେ ଉଦବୋଧନ ଦେଇ ଆହ୍ବାନ ଜଣାଇଛନ୍ତି। ବିଶେଷକରି ”ମୋ’ ସରକାର“ ଏବଂ ”୫-ଟି“କୁ ବ୍ୟାପକ ଓ ସଫଳ କରିବା ଲାଗି ସେ ଜିଲାପାଳଙ୍କୁ ପରାମର୍ଶ ଦେବା ସହ ଏଥି ନିମିତ୍ତ ଶପଥ ନେବା ପାଇଁ କହିଛନ୍ତି | 

ଲୋକସେବା ଭବନରେ ନବନିର୍ମିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ  ବରିଷ୍ଠ ପ୍ରଶାସକ ଏବଂ ଜିଲାପାଳମାନଙ୍କୁ  କହିଛନ୍ତି ଯେ ମୁଁ ମୋ ପରିବାରର ସମସ୍ତଙ୍କୁ ସୁଖ ସୁବିଧା ମିଳୁ ବୋଲି ଚାହେଁ। ଏଣୁ ଲୋକଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର ପ୍ରମୁଖ କର୍ତ୍ତବ୍ୟ ହେବା ଉଚିତ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନେ ହିଁ ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତ୍ୟେକ ଅନୁଷ୍ଠାନ ଲୋକଙ୍କ ପାଇଁ ସୃଷ୍ଟି ସେମାନଙ୍କର ପଇସାରେ ଲୋକଙ୍କ ସେବା ଓ ସେମାନଙ୍କ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ | ଲୋକଙ୍କ ସେବା ପାଇଁ ସରକାରୀ କାର୍ଯ୍ୟାଳୟ ସୃଷ୍ଟି ହୋଇଥିବା ଯୋଗୁ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟାଦାର ସହ ବ୍ୟବହାର ପ୍ରଦର୍ଶନ କରାଯିବ ଉଚିତ । ସେ ଯେଉଁ ସମସ୍ୟା ନେଇ ଆସୁଛନ୍ତି ତାକୁ ନୀତିଗତ ଭାବେ ଓ ସମ୍ବେଦନଶୀଳତାର ସହ  ପେଶାଦାରି  ଢଙ୍ଗରେ ସମାଧାନ ପାଇଁ ଅଧିକାରୀ ଓ କର୍ମଚାରୀମାନେ ଯତ୍ନବାନ ହେବ ଉଚିତ | ଲୋକମାନେ ମାଲିକ ଓ କାମ କରୁଥିବା ଲୋକ ସେମାନଙ୍କ ପଇସାରେ ଦରମା ପାଆନ୍ତି |  ଏଥିସହ ଉପସ୍ଥିତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇବା ସହ କିଛି ଯୁଗାନ୍ତକାରୀ ଆଇଡିଆ ଦେବାକୁ ଆହ୍ବାନ କରିଛନ୍ତି। ଏମିତି ଆଇଡିଆ ଦିଅନ୍ତୁ, ଯାହା ପରିବର୍ତ୍ତନର ବାହକ ହେବ ବୋଲି ସେ କହିଛନ୍ତି। ଆପଣଙ୍କ ସବୁ କାର୍ଯ୍ୟକଳାପ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଦ୍ୱାରା ସଂଯୋଜିତ ହେବ "  ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି | 

0
0
0
s2sdefault