ହେଡଲାଇନସ୍:

ବୁଢାବୁଢିଆଣୀରେ ପାଣି  ପଂଚାୟତ ପକ୍ଷ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ବୁଢାବୁଢିଆଣୀ ବନ୍ଧ ଠାରେ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି । ଜଳ ସେଚନ ଅଂଚଳ କୃଷକ ମାନଙ୍କର, କୃଷକ ମାନଙ୍କ ଦ୍ୱାରା ଏବଂ କୃଷି ଓ କୃଷକ ମାନଙ୍କ ବିକାଶ ନିମନ୍ତେ ଉଦିଷ୍ଟ ଏହି ପାଣି ପଂଚାୟତ ଶିର୍ଷ କମିଟିର  ଚେୟାରମ୍ୟାନ ସୁଧାକର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାସ, ମୁଖ୍ୟବକ୍ତା ବ୍ଲକ୍ ଅଧ୍ୟକ୍ଷ ମମତା ବେହେରା ଏବଂ ସମ୍ମାନିତ ଅତିଥି ଭାବେ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ମହାପାତ୍ର, ଉପ ନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ , ସହକାରୀ ଯନ୍ତ୍ରୀ ଜୟ ପ୍ରକାଶ ଷଡଙ୍ଗୀ(ଶରଣକୁଳ), ରବିନ୍ଦ୍ର କୁମାର ସେଠୀ(ଦଶପଲ୍ଲା), ଦୀନବନ୍ଧୁୁ ରାଉତ(ନୟାଗଡ଼) ପ୍ରମୁଖ ଯୋଗଦେଇଥିଲେ । ଶୀର୍ଷ କମିଟି ଅଧିନସ୍ଥ ୯ଟି ଜଳ ଉପଭୋକ୍ତା ସଙ୍ଘର ସଭାପତି, ସମ୍ପାଦକ, ସଭ୍ୟ ଏବଂ ପ୍ରାୟ ଶତାଧିକ ଉପଭୋକ୍ତାମାନେ  କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜଳସେଚନ ସମ୍ବନ୍ଧୀୟ ଅଭିଯୋଗ  ନିର୍ବାହୀ ଯନ୍ତ୍ରୀ ଶୁଣିଥିଲେ । ଏହାର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ଚାଷୀମାନଙ୍କୁ କହିଥିଲେ । ବୁଢାବୁଢିଆଣୀ ଡ୍ୟାମ ନିର୍ମାଣ ବେଳେ ସ୍ୱର୍ଗତ ବାସୁଦେବ ମହାପାତ୍ରଙ୍କର ଅବଦାନ ଥିଲା ଅତୁଳନୀୟ । ତାଙ୍କର ଅବର୍ତମାନରେ ତାଙ୍କ ଝିଅ ମମତା ମାହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଉନ୍ନତ କାର୍ଯ୍ୟ ପାଇଁ ସମସ୍ତ ୯ଟି ଯାକ ଜଳ ଉପଭୋକ୍ତା ସଂଘର ଜଣେ ଲେଖାଏ ପ୍ରତିନିଧିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । 

0
0
0
s2sdefault