ହେଡଲାଇନସ୍:

ପୋଙ୍ଗଲ ପାଳିବାକୁ ଯାଇଥିଲେ : ଘରେ ବୁଲିଲା କଳା କନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ( ସରୋଜ ସାହୁ): ଘରେ ତାଲା ପଡିଥିବା ଦେଖି କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ  । ଘଟଣାଟି ଘଟିଛି ରାୟଗଡ ସହର ଓଏମପି ନିକଟରେ । ଘଟଣାକ୍ରମେ ଓଏମପି ନିକଟରେ ରହୁଥିବା ବି.ରାଜେଶ ଯେ କି ଜଣେ ଶିକ୍ଷକ, ନିଜ ପରିବାର ସହ ୧୪ ତାରିଖ ଦିନ ପୋଙ୍ଗଲ ପର୍ବ ପାଳିବାକୁ ନିଜ ଗ୍ରାମ ଗୁଣପୁରକୁ ଯାଇଥିଲେ ।   ୧୬ ତାରିଖ ଦିନ ସକାଳ ୮ ଟା ବେଳେ ଘରକୁ ଫେରିବା ପରେ ଘରର ମେନ ଗ୍ରୀଲ, କବାଟ ଭଙ୍ଗା ଯାଇଥିବା ଥିବା ଦେଖିବାକୁ ପାଇଥିଲେ । ଏ ନେଇ ରାଜେଶ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାୟଗଡ ପୋଲିସ ରାଜେଶଙ୍କ ଘରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ସନ୍ଧାନୀ କୁକୁର ସାହାଯ୍ୟରେ ଦୁର୍ବୃତ୍ତ ମାନଙ୍କ ସନ୍ଧାନ କରିଥିଲେ । ଦୁର୍ବୃତ୍ତ  ମାନେ ରାଜେଶଙ୍କ ବେଡରୁମରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ୮ ତୋଳା ଓଜନର ଦୁଇଟି ହାର, କିଛି ରୂପା ସାମଗ୍ରୀ ସହ ନଗଦ ୨୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ଏ ନେଇ ରାଜେଶ ରାୟଗଡା ଥାନାରେ ଲିିଖିତ ଅଭିଯୋଗ କରିଛନ୍ତି । ରାୟଗଡା ଥାନାରେ ୨୫/୨୦ ପ୍ରକାରେ ମାମଲା ରୁଜୁ  କରି ରାୟଗଡ ପୋଲିସ ଘଟଣାର ତଦନ୍ତ ଜାରୀ ରଖିଥିବା ଜଣାପଡିଛି ।  

0
0
0
s2sdefault