ହେଡଲାଇନସ୍:

ସାବିତ୍ରୀ ପାଠାଗାରରେ ନିରାଡମ୍ବର ମକର ବନ୍ଧୁମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ (ସରୋଜ ସାହୁ):  ଡମ୍ବରୁଧର ପଟ୍ଟନାୟକଙ୍କ ଆବାହକତ୍ୱରେ ସାବିତ୍ରୀ ପାଠାଗାରରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଗୋଟିଏ ନିରାଡମ୍ବର ମକର ବନ୍ଧୁମିଳନ ଅନୁଷ୍ଠିତ  ହୋଇଯାଇଛି । ଏହି ବୈଠକରେ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସୃଜନଧାରା ଉପରେ ସମ୍ୟକ୍ ଆଲୋକପାତ କରି କହିଥିଲେ ଯେ, ବ୍ୟାସକବି  ଗଳ୍ପ ଓ ଉପନ୍ୟାସ ରଚନା କରି  ନଥିଲେ ଓଡିଆ ସାହିତ୍ୟର ସମୃଦ୍ଧି ହୋଇପାରିନଥାନ୍ତା । ସେହିପରି ବରିଷ୍ଠ  କବି ବାସୁଦେବ ପାତ୍ର ମକର ସଂକ୍ରାନ୍ତି ପାଳନର ତାପôର୍ଯ୍ୟ ଉପରେ ବୁଝାଇବା ସହ ସଂକ୍ରାନ୍ତି ପୁରୁଷଙ୍କ ଜୀବନ ଓ ସୃଜନ ସଂପର୍କରେ ନିଜସ୍ୱ ମତବ୍ୟକ୍ତ କରିକହିଥିଲେ ଓ ସେ ବହୁ ପୁରାଣର ଅନୁବାଦ କରିଥିଲେ । ରାମାୟଣ, ମହାଭାରତ, ହରିବଂଶ ଆଦି ପୁରାଣ ଅନୁବାଦ କରି ସେ ଓଡିଆ ଜାତିର ବହୁ ଉପକାର କରିଯାଇଛନ୍ତି ସେ ପ୍ରକାଶ କରିଥିଲେ । ଏହି ବୈଠକରେ ଉପସ୍ଥିତ ଅନ୍ୟ କବି ଓ ଲେଖକବୃନ୍ଦ ଯଥା ତ୍ରିବେଣୀ ମିଶ୍ର, ପଦ୍ମିନୀ ମିଶ୍ର, ମଂଜୁଶ୍ରୀ ମୁଖାର୍ଜୀ, ରବି ଶତପଥୀ, ଆଶୁତୋଷ ପାତ୍ର, ରାମପ୍ରସାଦ ବିଷୋଇ, ସୁବାଷ ଚନ୍ଦ୍ର ବେହେରା, କଲ୍ୟାଣୀ ସାସମଲ, ଦିବ୍ୟପ୍ରକାଶ ରଥ ପ୍ରମୁଖ ବ୍ୟାସକବିଙ୍କ ରଚିତ ବିବିଧ କବିତା ଆବୃତି କରି ତାଙ୍କୁ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିଥିଲେ । ଏହି ବୈଠକରେ ସମବେତ କବି କବୟତ୍ରୀ ମକର ଚାଉଳ ସେବନ କରିବା ସହ ପରସ୍ପରକୁ ମକର ଅଭିନନ୍ଦନ ଜଣାଇଥିଲେ । କବି ଡମ୍ବରୁଧର ପଟ୍ଟନାୟକ ବୈଠକକୁ ସଂଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault