ହେଡଲାଇନସ୍:

ପତ୍ନୀଙ୍କ ଓଢଣୀକୁ କଲେ ମୃତ୍ୟୁ ଫାଶ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) : ରାୟଗଡ ଜିଲ୍ଲା କାଶୀପୁର ବ୍ଲକର ବାଙ୍କାଆମ୍ବ ପଂଚାୟତ ଅନ୍ତର୍ଗତ ମାଙ୍କଡଝୋଲା ସରକାରୀ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ପରିବାର କଳହରୁ ଟିକିରୀ ସ୍ଥିତ ଭଡା ଘରେ ବେକରେ ସ୍ତ୍ରୀଙ୍କ ଓଢଣୀରେ ଫାଶୀଦେଇ ଆତ୍ମହତ୍ୟା କରିଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଶିକ୍ଷକ ପ୍ରଶାନ୍ତ ମୂଳ ବାସିନ୍ଦା  ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ହୋଇଥିବା ବେଳେ ସେ ପ୍ରାୟ ୧୦ ବର୍ଷ ହେଲା ଟିକିରିରେ ରହିଆସୁଛନ୍ତି । ପ୍ରଥମେ ସେ ଟିକିରି ସ୍ଥିତ ଶିଶୁ ମନ୍ଦିରରେ ୩ ବର୍ଷ କାଳ ଶିକ୍ଷକତା କରିଥିଲେ । ବର୍ତ୍ତମାନ  ସେ ୭ ବର୍ଷ ହେଲା ବାଙ୍କାଆମ୍ବ ପଂଚାୟତ ଅନ୍ତର୍ଗତ ମାଙ୍କଡଝୋଲା ସରକାରୀ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରି ଆସୁଥିଲେ । ସେ ୭ ବର୍ଷ ତଳେ ଭଦ୍ରକ ଜିଲ୍ଲାର ସୁଚିସ୍ମିତା ତ୍ରିପାଠୀଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ ଛୋଟ ଛୁଆ ମଧ୍ୟ ଥିବା ଜଣାପଡିଛି । ଘଟଣା ଦିନ ଛୁଆର ଦେହ ଖରାପ ହେତୁ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା  କରିଥିଲେ ଏବଂ ରାତିରେ ଖାଇସାରିବା ପରେ ଶୋଇବାକୁ ଯାଇଥିବା ପରିବାର ଲେକଙ୍କ ଠାରୁ ପ୍ରକାଶ । ସେ କୌଣସି କାରଣରୁ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ଜଣାପଡିଛି । ପରିବାର ସମସ୍ତେ ଶୋଇ ପଡିବା ପରେ ସେ ଘରର ଏଙ୍ଗଲରରେ ସ୍ତ୍ରୀଙ୍କ ଓଢଣୀରେ ଫାସିଦେଇ ଆତ୍ମହତ୍ୟା କରିବା ସମୟରେ ଓଢଣୀଟି ଛିଣ୍ଡି ଯିବା ପଳରେ ତଳେ ପଡିଯାଇ ମୃତ୍ୟୁ  ହୋଇଥିବା ପରିବାର ଲୋକଙ୍କ ଠାରୁ ପ୍ରକାଶ । ଶ୍ରୀ ପଣ୍ଡାଙ୍କ ମର ଶରୀରକୁ ବ୍ୟବଛେଦ ନିମନ୍ତେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଓ ଶବ ସତ୍କାର  ନିମନ୍ତେ ନିଜ ଗ୍ରାମ ସୋର ଥାନା ଅନ୍ତର୍ଗତ ଜଗନ୍ନାଥପୁରକୁ ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ (ଏଏସଆଇ) ବିକାଶ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ । ବର୍ତମାନ ଶ୍ରୀ ପଣ୍ଡାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରାଯାଉଥିବା ଏବଂ ଏହା ପାରିବାରିକ କଳହ ଯୋଗୁଁ ହୋଇଥାଇ ପାରେ ବୋଲି ସନ୍ଦେହ  କରାଯାଉଥିବା ଓ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ଠାରୁ ପ୍ରକାଶ । ଶ୍ରୀ ପଣ୍ଡାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣାର ଖବର ପ୍ରସାରିତ ହେବା ପରେ ଟିକିରିରେ ଶୋକର ଛାୟା ଖେଳିଯାଇଛି ।   

 

0
0
0
s2sdefault