ହେଡଲାଇନସ୍:

ରାଜ ବୋଡାସମ୍ବର ବ୍କକରେ ପହଁଚିଲା କ୍ଷମତା ଏକ୍ସପ୍ରେସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(ଶାସକ ପ୍ରଶାସକ) : ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜନ ସଚେତନତା ପାଇଁ ପରିକ୍ରମା କରୁଥିବା କ୍ଷମତା ଏକ୍ସପ୍ରେସ ଗୁରୁବାର ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର ବ୍କକରେ ପହଞ୍ଚିଛି । ରାଜ ବୋଡାସମ୍ବର ବ୍କକ ପରିସର ମଧ୍ୟରେ ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ସୁଶୀଲ କୁମାର ପରିଡା ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଏହି ସଚେତନତା ବାର୍ତ୍ତା ବହ କ୍ଷମତା ଏକ୍ସପ୍ରେସକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି କ୍ଷମତା ଏକ୍ସପ୍ରେସ ପଦ୍ମପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବୁଡେନ ଏବଂ ଲୁହାରପାଲି ଗ୍ରାମ ପଞ୍ଚାୟତରେ ଜନ ସଚେତନତା ସୃଷ୍ଟି କରିବା ସହିତ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ମିଳୁଥିବା ସୁବିଧା ସୁଯୋଗ ଉପରେ ଜନ ସାଧାରଣଙ୍କୁ ଅବଗତ କରାଇବ। ଭିନ୍ନକ୍ଷମ ଚିହ୍ନଟ, ଦୃଷ୍ଟି ଶକ୍ତି ପରିକ୍ଷଣ ଓ ନିରୁପଣ, ଭିନ୍ନକ୍ଷମ,ବୟସ୍କ କିନ୍ନର ମାନଙ୍କ ପାଇଁ ପରାମର୍ଶ ସେବା ଫଜିଓ ଥେସାପି ସେବା ପ୍ରଦାନ, ବୟସ୍କ ଏବଂ ଅକର୍ମଣ୍ଯ ବ୍ଯକ୍ତିଙ୍କ ଭତ୍ତା ସମ୍ବନ୍ଧୀୟ ପଞୀ କରଣ ଓ ପରାମର୍ଶ ପ୍ରଭୃତି ବିଷୟରେ ଲୋକ ମାନଙ୍କୁ ଅବଗତ କରାଇବେ।ଜିଲ୍ଲା ପ୍ରଶାସନ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମକୁ ଉଦ୍ରକର ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଫର ରିହାବ୍ମିଟେସନ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ଦ୍ବାରା ଜନ ସଚେତନତା ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ କିଶୋର ସାହୁ, ଏ ବିଡିଓ ସୋନୁ ବାଗ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ,ବ୍କକ ସାମାଜିକ ସୁରକ୍ଷା ଅଧିକାରୀ ରଜନୀ କାନ୍ତ ବହିଦାରଙ୍କ ସମେତ ଅନ୍ଯାନ୍ଯ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହା ପରେ ଉକ୍ତ କ୍ଷମତା ଏକ୍ସପ୍ରେସ ପଦ୍ମପୁର ଉପଖଣ୍ଡ ର ଅନ୍ଯାନ୍ଯ ବ୍କକ କୁ ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଅଛି।

0
0
0
s2sdefault