ହେଡଲାଇନସ୍:

ମକର ସଂକ୍ରାନ୍ତିରେ ଦିନତମାମ ଦର୍ଶନ ଦେଲେ ଶ୍ରୀରଘୁନାଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶାସକ ପ୍ରଶାସକ):  ପବିତ୍ର ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଭଗବାନଙ୍କର ଉତରାୟଣ ଗତି ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ପରମ୍ପରା ଅନୁସାରେ ବର୍ଷର ଏଇ ଗୋଟିଏ ଦିନ ଶ୍ରୀ ରଘୁନାଥ  ଶ୍ରୀଜିଉଙ୍କର ଦିବା ପହୁଡ ପଡିନଥାଏ । ବର୍ଷରେ ଗୋଟଏ ଦିନ ମକର ସଂକ୍ରାନ୍ତିରେ ଦିନତମାମ ପ୍ରଭୁଙ୍କୁ ଦର୍ଶନ କରିବାର ସୈାଭାଗ୍ୟ ମିଳୁଥିବାରୁ ମକର ସଂକ୍ରାନ୍ତି ଅବସରରେ  ବହୁ ଦୁରଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ମକରରେ  ଭୋର ୪.୩୦ରୁ ରାତ୍ର ୯ଟା ପର୍ଯ୍ୟନ୍ତ ଭକ୍ତମାନେ ଦିନ ତମାମ ଶ୍ରୀଜିଉଙ୍କୁ ଦର୍ଶନର ସୁଯୋଗ ପାଇଥିଲେ ।

ମକର ପର୍ବ ନିତୀ ଅନୁସାରେ ଭୋର ସାଢେ ୪ଟାରେ ଦ୍ୱାର ଫିଟା ନୀତି ଆରମ୍ଭ ହୋଇ୫ଟାରେ ମଙ୍ଗଳଆଳତି, ପଂଚାମୃତସ୍ନାନ, ମହାସ୍ନାନ, ତଡପଲାଗି, ମଇଲମ, ଖଟଣୀ ନୀତି କରାଯାଇ ଶ୍ରୀଜିଉମାନଙ୍କୁ ମଣ୍ଡାମାଳ ଲାଗି କରାଯାଇ ମକରବେଶରେ ସଜ୍ଜିତ କରାଯାଇଥିଲା । ସକାଳ ୬ଟାରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀ ଭାଗବତ ଜୀଉ ପୂଜାପରେ ବଲ୍ଲଭ ନୀତି ଲାଗି ହୋଇଥିଲା । ପରେ ଖେଚୁଡି ଧୂପ, କର୍ପୁର ଆଳତୀ, ମହାଆଳତୀ, ଚାମର  ସେବା ନୀତି ସମାପନ ହୋଇଥିଲା । ସନ୍ଧ୍ୟାରେ ପ୍ରଭୁଙ୍କ ମକର ବେଢାନୀତି ହୋଇଥିଲା । ୩ ଜଣ ପୂଜା ପଣ୍ଡା  ନିଷ୍ଠାର ସହ ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇ ସରା ପାତ୍ରରେ ମକର, ସାକର, ଦହି ଓ ପାନକୁ ଯୋଡ ହସ୍ତରେ ଧରି ପାଟବସ୍ତ୍ର ଘୋଡାଇ ଏକ ସ୍ୱତନ୍ତ୍ର ପଟୁଆରରେ ଘଂଟ, କାହାଳୀ, ତ୍ରାସ, ଛତି, ସଂକୀର୍ତନ ସହ ୩ ବେଢା ମନ୍ଦିର ପରିକ୍ରମା କରି ଶ୍ରୀଜିଉଙ୍କୁ ଲାଗି କରିଥିଲେ । ରାତ୍ର ୯ଟା ବେଳେ ଦିବା ପହୁଡ କରାଯାଥିଲା । ପୁନଶ୍ଚ ରାତ୍ର ୧୦ବେଳେ ଦ୍ୱାର ଫିଠା ହୋଇ ଆବଶ୍ୟକୀୟ ନିତୀ ପାଳନ ହୋଇ ୧୦.୩୦ରେ ବଡ ସିଂଘାର ନିତୀ ପରେ ପହୁଡ ପଡିଥିଲା । ପାଳିଆ ପଣ୍ଡା ବିଜୟ କୁମାର ଦାଶ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ପୂଜକ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ନୀତିକାର୍ଯ୍ୟ ସଂମ୍ପାଦନ ହୋଇଥିଲା । ସେହିପରି ଶ୍ରୀ ଦୂତୀକେଶ୍ୱର ମହାଦେବଙ୍କ ପୀଠ, ବାହାଡ଼ାଝୋଲା ଫୁଲେଶ୍ୱର, କୁରାଳ ଦଧିବାମନ ଜିଉ, କୋମଣ୍ଡ ଡଙ୍କନାସନ, ରାବରା ମଧୁକେଶ୍ୱର, ନନ୍ଦିଘୋର ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ମକର ନୀତି  ଅନୁଷ୍ଠିତ  ହୋଇଥିଲା । 

0
0
0
s2sdefault