ହେଡଲାଇନସ୍:

ବୋଡାସମ୍ବର କପ କ୍ରିକେଟ: ଆରୱାଇସିସି ରାଉରକେଲା ସେମି ଫାଇନାଲରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ):ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍  ପ୍ରତିଯୋଗିତା ବୁଧବାର ଚତୁର୍ଥ  ଦିବସରେ ଅନୁଷ୍ଠିତ ହୋଇଥିଲା । ଗ୍ରୁପ ବି ର ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚରେ ଉଭୟଟି ୨୦ - ୧୦ ରେ ବୋଡାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର କୁ ପରାସ୍ତ କରି ଆର ୱାଇ ସିସି ରାଉରକେଲା ପ୍ରଥମ ଦଳ ଭାବରେ ସେମି ଫାଇନାଲକୁ ପ୍ରବେଶ କରିଛି । ରାଉରକେଲା ପକ୍ଷରୁ ଏମଡି ଫରହାନ ୩୯ ରନ, ହେମନ୍ତ ନାଏକ ୫୯ ରନ କରିଥିଲେ । ପଦ୍ମପୁର ପକ୍ଷରୁ ଟିଲୁ ସାହୁ ଓ ବୁଲୁ ବିଭାର ୨ ଟି ଲେଖାଏଁ ୱିକେଟ ଦେଇ ଥିଲେ । ଓ ଦୀପକ ଜୟପୁରିଆ ୧୬ ରନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ବେଣୁ ମାଧବ ଦୋରା ଅତିଥି ରୁପେ ଯୋଗ ଦେଇ ରାଉରକେଲାର ଆଶିଷ ତିୱାରୀଙ୍କୁ ମ୍ଯାନ ଅଫଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଚୂଡାମଣି ପାଢ଼ୀ, ସଚ୍ଚିନାନନ୍ଦ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ସାଶ୍ୱତ ଦାସ, ରୋହିଣୀ ପାଣ୍ତେ ଧାରାବିବରଣୀ ପ୍ରଦାନ କରିଥିଲେ । ଅମରେଶ ବେହେରା ସ୍ଲୋରର ଦାୟିତ୍ବ ତୁଲାଇଥିଲେ। ସ୍ପୋର୍ଟିଙ୍ଗର ସଭାପତି ସୁନୀଲ ସାହୁ, ଦୀନେଶ ପାଣିଗ୍ରାହୀ ସମେତ ସମସ୍ତ ସଭ୍ୟ ଗଣ ଉପସ୍ଥିତ ଥିଲେ। ଗୁରୁବାର ଦିନ ଗ୍ରୁପ ବି ର ଦ୍ବିତୀୟ ମ୍ୟାଚ ଜଲଗାଓଁ ୱାରିଆର ( ମହାରାଷ୍ଟ୍ର ) ଇଷ୍ଟ୍ କୋଷ୍ଟ ରେଲୱେ  ( ଖୋର୍ଦ୍ଧା ) ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

0
0
0
s2sdefault