ଯାଜପୁର,:ସବୁବେଳେ ସମସ୍ତଙ୍କ ପାଇଁ ପ୍ରାକ୍ ପ୍ରସ୍ତୁତି ଶୁଭଙ୍କର ଓ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଟେବୁଲ ଟପ୍ ଏକ୍ସରସାଇଜ ବା ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ପ୍ରତ୍ୟେକ ବିପର୍ଯ୍ୟୟ ପାଇଁ ସଦା ପ୍ରସ୍ତୁତି ରହିଲେ ଧନ ହାନୀ, ଜୀବନ ହାନୀକୁ ରୋକାଯାଇପାରିବ । ବିପର୍ଯ୍ୟୟ ପ୍ରାକୃତିକ କିମ୍ୱା ମନୁଷ୍ୟକୃତ ହୋଇ ତାହାର ପ୍ରଭାବ ସମାଜ ଉପରେ ପଡିଥାଏ । ତେବେ ସମସ୍ତ ପ୍ରକାର ବିପର୍ଯ୍ୟୟ ଏକାଭଳି ନ ହେଲେ ମଧ୍ୟ ଆମର ପ୍ରସ୍ତୁତିକୁ ଏପରି କରିଥିବା ଏବଂ ପାଶିଖିତ ହୋଇଥିବା ଯେପରି ସେହି ବିପର୍ଯ୍ୟୟଟିକୁ ଦମ୍ଭର ସହ ସମ୍ମୁଖୀନ ହୋଇପାରିବା । ଗତ ମହାବାତ୍ୟା ଅପେକ୍ଷା ହୁଡ ହୁଡ ଓ ପାଂଇଲିନ୍ ଏହାର ଜ୍ୱଳନ୍ତ ଉଦାହରଣ ବୋଲି କହିବା ସହ ପ୍ରତ୍ୟେକ ବ୍ୟକ୍ତି ପ୍ରସ୍ତୁତି, ପ୍ରଶିକ୍ଷଣ ସଂପର୍କରେ ସଚେତନ ହେବାକୁ ସେ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଳାପାଳ ବ୍ରଜବନ୍ଧୁ ଭୋଳ ପ୍ରତ୍ୟେକ ବିପର୍ଯ୍ୟୟ ଓ ପ୍ରଭାବ ଭିନ୍ନ ଭିନ୍ନ ହୋଇଥିବାରୁ ଏ ସଂପର୍କରେ ସାଧାରଣ ଲୋକମାନେ ଅବଗତ ଓ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ବିପର୍ଯ୍ୟୟ ସମୟରେ ସମସ୍ତଙ୍କୁ ସୂଚନା ପ୍ରଦାନ, ସରକାରୀ, ସ୍ୱେଚ୍ଚ୍ଥାସେବୀ ଓ ଉଦ୍ଧାରକାରୀ ସଂସ୍ଥା ମାନଙ୍କର କାର୍ଯ୍ୟକଳାପକୁ ପରିବର୍ଦ୍ଧିତ କରିବାକୁ ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣରେ ଆଗାମୀ ଦିନରେ ନିର୍ଦ୍ଧିଷ୍ଟ ଅଂଚଳ ମାନଙ୍କରେ ଏହାର ପରୀକ୍ଷାମୂଳକ ପ୍ରଦର୍ଶନୀ ବା ମକ୍ ଡ୍ରିଲ୍ କରିବାକୁ ସ୍ଥିର ହେଲା । ଲୋକ ମାନଙ୍କୁ ଅଧିକ ସଚେତନ ଓ ପ୍ରଶିକ୍ଷିତ କରିବା ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ । ନିଜେ ନିଜପ୍ରତି, ପରିବାର ଓ ସମାଜ ପ୍ରତି ଉତ୍ତରଦାୟୀ ଭାବେ ବିପର୍ଯ୍ୟୟ ସମୟରେ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଥିଲା । ଏଥିରେ ସହକାରୀ ଜିଲ୍ଳାପାଳ ତିଳୋତ୍ତମା ପୃଷ୍ଟି , ସମାଜ କଲ୍ୟାଣ ଅଧିକାରୀ ଅମିତା ମିଶ୍ର, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ, ଏନ୍.ଡି.ଆର୍.ଏପଂ., ଓଡ୍ରାପଂ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଜରୁରୀ ଅଧିକାରୀ ରାଜଲକ୍ଷ୍ମୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସତର୍କତା ଓ ସଚେତନତା ବିପର୍ଯ୍ୟୟର ମୁକାବିଲା ସହାୟକ ହେବ- ଜିଲ୍ଳାପାଳ ।
- Hits: 578