ହେଡଲାଇନସ୍:

କସ୍ତୁରବା ମାତୃ ନିକେତନରେ ଅଚାନକ ଉପଜିଲ୍ଲାପାଳ: ଖାଦ୍ୟର ମେନୁକୁ ନେଇ ଅସନ୍ତୋଷ ପ୍ରକାଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-  ବରଗଡ ଜିଲ୍ଲା ପାଇକମାଲ ନୃସିଂହନାଥ ରାସ୍ତାରେ ଅବସ୍ଥିତି କସ୍ତୁରବା ଗାନ୍ଧୀ ମାତୃ ନିକେତନ । ଅସହାୟ ଅନାଥ ଛୁଆ ମାନଙ୍କୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ ସହିତ ଭଲ ମଣିଷ ରୂପେ ଗଢି ତୋଳିବା ପାଇଁ ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ଙ୍କର ଦ୍ୱାରା ସ୍ଥାପିତ ଏହି ମାତୃ ନିକେତନ ର ଅନ୍ତେବାସୀ ଙ୍କୁ ବର୍ତ୍ତମାନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମେନୁ ଅନୁସାରେ ଖଇବାକୁ ମିଳୁ ନଥିବା ସ୍ପଷ୍ଟ ହେଇଯାଇଛି ।    

ଗତ କାଲି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ ଅଚାନକ ଏହି ମାତୃ ନିକେତନ କୁ ପରିଦର୍ଶନ ରେ ଆସି ଏହା ଜାଣି ପାରିଥିଲେ ଯେ ଏହି ମାତୃ ନିକେତନ ର ଅନ୍ତେବାସୀ ମାନଙ୍କୁ ସରକାର ଙ୍କର ଦ୍ୱାରା ନିର୍ଦ୍ଧାରିତ ମେନୁ ଅନୁସାରେ ଖାଦ୍ୟ ପ୍ରଦାନ କରାଯାଉନାହିଁ । ଯାହାକୁ ନେଇ ଉପଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ । ଅବଶ୍ୟ ଏହା କୋଣସି ନୂଆ କଥା ନୁହଁ । ଏହିଭଳି ଅଭିଯୋଗ ବାରମ୍ବାର ହେଇ ଆସୁଛି ହେଲେ ଏହି ସଂସ୍ଥାର ମୁଖ୍ୟ କାହାରିକୁ ଖାତିର କରନ୍ତି ନାହିଁ ଏହିଭଳିକି ଜିଲ୍ଲାପାଳଙ୍କ ଙ୍କର ଆଦେଶକୁ ମଧ୍ୟ । ଗତ କିଛିଦିନ ତଳେ ଜିଲ୍ଲାପାଳ ଏହି ଅନୁଷ୍ଠାନ କୁ ଆସି ଅନୁଷ୍ଠାନର ବିଭିନ୍ନ ସମସ୍ୟା ଉପରେ ଅସନ୍ତୋଷ ଜାହିର କରିଥିଲେ । ଦେଖିବାକୁ ବାକି ରହିଲା କେଭେ ସୁଧୀରିବ ଏହି ଅନୁଷ୍ଠାନ ପରିଚାଳନା ଓ କେଭେ ପାଇବେ ଅନ୍ତ୍ୱବାସୀ ମାନେ ଉଚିତ ଅଧିକାର ।

0
0
0
s2sdefault