ହେଡଲାଇନସ୍:

ନ୍ୟାୟମୂର୍ତ୍ତିଙ୍କ "ମଧୁର କ୍ଷୋଭ"  ବ୍ୟବସ୍ଥା ଉପରେ ସୃଷ୍ଟି କଲାନି କି ପ୍ରଶ୍ନବାଚୀ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଷ୍ଟମ ଓଡଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୦ଉଦଯାପିତ 

ଡାକ୍ତରଖାନାର ଉନ୍ନତି କରଣ, ରାସ୍ତା କଡରେ ବୃକ୍ଷରୋପଣ, କନ୍ୟା ରତ୍ନର ଯତ୍ନ ଉପରେ ଗୁରୁତ୍ୱ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ପ୍ରବଳ ନାଚଗୀତ ହେଲା | ମନୋରଞ୍ଜନ ବି ହେଲା, ଭାଷଣ ବି ହେଲା | ସଚେତନତା ବି ବଢିଆ ଭାବରେ ହେଲା | ହେଲେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ହାଇକୋର୍ଟର ବରିଷ୍ଠ ବିଚାରପତି ନ୍ୟାୟମୂର୍ତ୍ତୀ ବିଦ୍ୟୁତ ରଞ୍ଜନ ଷଢଙ୍ଗି ଯାହା ବକ୍ତବ୍ୟ ରଖି ନିଜର ମଧୁର କ୍ଷୋଭ ବ୍ୟକ୍ତ କଲେ ତାହା ପ୍ରଶାସନର ଦାୟିତ୍ୱହୀନତାକୁ ପ୍ରତିଫଳିତ କରିଛି ଓ ସେଇ କେଇ ଧାଡି ବକ୍ତବ୍ୟ ପ୍ରଶାସନର ଆଖି ଖୋଲି ଦେବା ପାଇଁ ବୋଧହୁଏ ଯଥେଷ୍ଟ | ଜଣେ ଅଭିଜ୍ଞ ବିଚାରପତି ତାଙ୍କ ପ୍ରତ୍ୟକ୍ଷ ଅନୁଭୂତି ଓ  ଅନୁଭବକୁ ଯେଉଁଭଳି ମାର୍ଜ୍ଜିତ ଢଙ୍ଗରେ ଉପସ୍ଥାପନା କଲେ ତାହା ପ୍ରଶାସନର ଉଦାସୀନତା ଓ ଅଦୂରଦର୍ଶୀ ମାନସିକତାକୁ ପ୍ରତିଫଳିତ କରିଛି | ଆଉ ବିଚାରପତିଙ୍କ ଅଭିଭାଷଣ " ବୁଝିବା ଲୋକ ପାଇଁ ଠାର ସଦୃଶ | ପରୋକ୍ଷରେ ସରକାର ବା ପ୍ରଶାସନ ସେଦିଗରେ ପଦକ୍ଷେପ ନେବା ପାଇଁ ଏକ ଗଠନମୂଳକ ପରାମର୍ଶ | 

ଓଡ଼ଗାଁ ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ  ଯୋଗଦେଇଥିଲେ ହାଇକୋର୍ଟର ବରିଷ୍ଠ ବିଚାରପତି ନ୍ୟାୟମୂର୍ତ୍ତି ଡ଼ ଷଢଙ୍ଗି | ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ,   ଗଡ଼ଯାତ ସମୟରେ କେବଳ ନୟାଗଡ଼ ଏବଂ ଓଡ଼ଗାଁରେ ୨ଟି ଡାକ୍ତରଖାନା ଥିଲା । ବହୁ ପୁରାତନ ଏହି ଓଡ଼ଗାଁ ଡାକ୍ତରଖାନାରେ ଆଜି ନିୟମିତ ଡାକ୍ତର ନାହାନ୍ତି । ରାସ୍ତା ପ୍ରଶସ୍ତୀକରଣ ବେଳେ ରାଜାମହାରାଜା ଅମଳରୁ ଥିବା ଗଛଗୁଡ଼ିକୁ କଟା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ଗଛଟିଏ ଲାଗିନାହିଁ । ଏଣୁ ଆଜି ପାଣି ବୋତଲ ସାଙ୍ଗରେ ଧରି ଯିବାକୁ ପଡୁଛି । ଭବିଷ୍ୟତରେ ଅମ୍ଳଜାନ ଥଳିଟିଏ ସାଥିରେ ନେବାକୁ ପଡ଼ିବ । ସ୍ଥାନୀୟ ଅଂଚଳର ଅଧିବାସୀ ଏକଦା କୃଷିଭିତ୍ତିକ ଜୀବିକା  ଉପରେ ନିର୍ଭର କରି ଚଳୁଥିଲେ । କିନ୍ତୁ ସମୟ ଅନୁସାରେ ବହୁ ପରିବର୍ତନର ସୂଚନା ମିଳୁଛି । କିନ୍ତୁ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ହାସଲ କରିବା ଆବଶ୍ୟକ ଅଛି ବୋଲି ଅଷ୍ଟମ ଓଡ଼ଗାଁ ମହୋତ୍ସବ ଉଦଯାପନୀ ସଭାର ମୁଖ୍ୟ ଅତିଥି ଓଡ଼ିଶା  ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ନ୍ୟାୟମୂର୍ତ୍ତି  ଡ. ଷଡଙ୍ଗୀ ନିଜ ବକ୍ତବ୍ୟରେ କହିଥିଲେ । 

ଚାଷ ପ୍ରଧାନ ନୟାଗଡ଼ ଜିଲ୍ଲାରେ ଧାନ ଫସଲ ଭଲ ହୋଇଛି । ଚାଷୀଖୁସି ଅଛନ୍ତି । କନ୍ୟା ଭୃଣହତ୍ୟା ରୋକିବା ପାଇଁ ଜିଲ୍ଲାପାଳ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ପୋମା ଟୁଡୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । କ୍ଷୀର ଖାଇବାକୁ ମନ କିନ୍ତୁ ଗାଈ ପାଳନ କରିବାନାହିଁ । ଫୁଲଫଳ ପାଇବାକୁ ମନ କିନ୍ତୁ ଗଛ ଲଗାଇବାନାହିଁ । ସୁନ୍ଦର ବୋହୁଟିଏ ଦରକାର କିନ୍ତୁ ଝିଅ ଜନ୍ମଦେବାକୁ କେହି ରାଜିନୁହଁନ୍ତି । ଏଭଳିହେଲେ ସମାଜର ସୃଷ୍ଟି ପରିବର୍ତେ ବିଲୟ ଅବଶ୍ୟମ୍ଭାବୀ । ଏହାକୁ ରୋକିବା ଜରୁରୀ ହୋଇପଡିଛି ବୋଲି ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡି କହିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶଶୀଭୁଷଣ ଶତପଥି ନୁଆ ପରିବହନ ନିୟମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଚୈାଧୁରୀ ମହୋତ୍ସବର ଉଦ୍ଦେଶ୍ୟ  ସମ୍ପର୍କରେ କହିଥିଲେ ।  ବରିଷ୍ଠ  ଆଇନଜିବୀ ଗୋବିନ୍ଦ ଚନ୍ଦ୍ର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ୯ ତାରିଖ ଠାରୁ ୪ଦିନ ଧରି ଚାଲିଥିବା ଓଡ଼ଗାଁ ମହୋତ୍ସବ  ବିଭିନ୍ନ ସନ୍ଧ୍ୟାରେ ସ୍ଥାନୀୟ ଅଂଚଳର ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନଜିଡିକର ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଶିତ ନୃତୟାଭିନୟ ପ୍ରତିଯୋଗୀତାର କୃତିତ୍ୱ ଅର୍ଜନ କରିଥିବା ୬ଟି ଦଳକୁ ଆଜି ପୁରସ୍କୃତ କରାଯାଇଥିଲା । ସମ୍ବଲପୁରୀ ମେଲୋଡ଼ି ଶୀତ ରାତିରେ ଶ୍ରୋତାମାନଙ୍କୁ ଆକର୍ଷିତ କରିଥିଲା । ମହୋତ୍ସବ କମିଟି ସମ୍ପାଦକ ଲୋକନାଥ ସାହୁ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । 

0
0
0
s2sdefault