ହେଡଲାଇନସ୍:

ଅନୁଭୂତି ଆଉ ଅନୁଭବ ହାସଲ ସହ ଭାବନାର ଆଦାନ ପ୍ରଦାନ ପାଇଁ  ଏକ୍ସ ପୋଜର ଭିଜିଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) : ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଚୂଡାମଣି ବାରିକ ଙ୍କ ନେତୃତ୍ଵରେ  ଏକ୍ସ ପୋଜର ଟିମ୍  ଝାରବନ୍ଧ ବ୍ଲକ ଅନ୍ତର୍ଗତ ସୂର୍ଯ୍ୟମଣି ପୁର ଓ ଉରେଇଦାଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପରିଦର୍ଶନରେ ଯାଇଥିଲେ । ଏଥିରେ ପାଇକମାଲ ବ୍ଳକ ର ୧୫ ଟି କ୍ଲଷ୍ଟର ୧୫ ଜଣ ସିଆରସିସି, ୧୫ ଜଣ ପ୍ରଧାନ ଶିକ୍ଷକ  ସମେତ ତିନି ଜଣ ଏ ବିଇଓ ସାମିଲ ଥିଲେ। ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ରଣଜିତ ଭୋଇ ମଧ୍ଯ ସାମିଲ ହୋଇଥିଲେ ତାଙ୍କର ଏ ବିଇଓ ମାନଙ୍କ ସହିତ । ଉକ୍ତ ବିଦ୍ୟାଳୟ ମାନଙ୍କ ର ସହିତ ଆଲୋଚନା କରିଥିଲେ । ଶ୍ରେଣୀ କୋଠରୀ ସାଜସଜ୍ଜା ସହିତ ବିଦ୍ୟାଳୟ ପରିବେଶ ର ଉନ୍ନତି ସମ୍ବନ୍ଧରେ ଆଲୋଚନା ହୋଇଥିଲା । ମୋ ସ୍କୁଲ ଅଭିଯାନ ଯୋଜନା ମାଧ୍ୟମରେ ରେ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ହୋଇଥିବା ଓ ଗ୍ରାମର ସଂପୃକ୍ତିରେ ସମ୍ଭବ ହୋଇଥିବା ପ୍ରକାଶ କରିଥିଲେ । ଉଭୟ ବିଦ୍ୟାଳୟରେ ୠତୁ କାଳୀନ ଛାତ୍ର ବାସ ଚାଲୁ ରହିଛି। ସୂର୍ଯ୍ୟମଣି ପୁର ଓ ଉରେଇଦାଦର ବିଦ୍ୟାଳୟ ରାଜ୍ଯ ସ୍ତରୀୟ ପୁରସ୍କାର ପାଇ ସାରିଛନ୍ତି ।

0
0
0
s2sdefault