ହେଡଲାଇନସ୍:

ସର୍ବ ଭାରତୀୟ ବୋଡାସମ୍ବର କପ କ୍ରିକେଟ: ସେମିରେ ସେଲ ରାଞ୍ଚି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋମବାର ଦିନ ସୋଲାର କଟକକୁ ଭେଟିବା  ୟୁନିୟନ  ସ୍ପୋର୍ଟିଂ 

ପଦ୍ମପୁର(ଶାସକ ପ୍ରଶାସକ):  ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ପ୍ରତିଯୋଗିତା ରବିବାର ପ୍ରଥମ ଦିବସରେ ଅନୁଷ୍ଠିତ ହୋଇଥିବା  ଗ୍ରୁପ  ଏ ର କ୍ବାଟିର ଫାଇନାଲ ଖେଳରେ ବରଗଡ ବ୍ଲୁ ଡାଇମଣ୍ଡ କୁ ପରାସ୍ତ କରି ରାଞ୍ଚି ସେଲଦଳ ପ୍ରଥମ ଦଳ ଭାବେ ସେମି ଫାଇନାଲ କୁ ପ୍ରବେଶ କରିଛି। ବ୍ମୁ ଡାଇମଣ୍ଡ ବରଗଡ ପକ୍ଷରୁ ପ୍ରବୀଣ ଲୁହା ୨୦ ରନ, ମଳୟ ହାତୀ ୨୫ରନ, କୁନାଲ ପଣ୍ଡା ୩୪ରନ କରିଥିଲେ। ସେହିପରି ରାଞ୍ଚି ଦଳ ପକ୍ଷରୁ ଅରୁଣ ବିଦ୍ୟାର୍ଥୀ ୩୯ରନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ପଦ୍ମପୁର ସାମ୍ବାଦିକ ସଂଘ ପକ୍ଷରୁ ଲାଲ ବିହାରୀ ମିଶ୍ର, ରତ୍ନମଣି ଶତପଥୀ, ପ୍ରଦୀପ୍ତ ଦାଶ,ବିଜୟ କୁମାର ସାହୁ, ନୀଳ ଦୀପ, ପ୍ରିୟ ରଞ୍ଜନ ଭୋଇ, ସୋମେଶ ମହାନ୍ତି, ଦେବାଶିଷ ପଟ୍ଟନାୟକ ପ୍ରମୁଖ ଅତିଥି ରୂପେ ଯୋଗଦେଇ ରାଞ୍ଚି ଦଳର ହ୍ଯାଟ୍ରିକ ୱିକେଟ ଦେଇଥିବା ରାଜୁ ପାଣ୍ତେଙ୍କୁ " ମ୍ଯାନ ଅଫଦି ମ୍ଯାଚ " ପୁରସ୍କାର ପ୍ରଦାନ କରିଥିଲେ। ଖେଳକୁ ପରିଚାଳନା  ସୁଶାନ୍ତ ପାଣିଗ୍ରାହୀ, ବଳରାମ ପଟ୍ଟନାୟକ କରିଥିବା ବେଳେ ଅମରେଶ ବେହେରା ସ୍ଲୋରର ଦାୟିତ୍ବ ତୁଲାଇଥିଲେ। ଦେବାଶିଷ ଚକ୍ରବର୍ତ୍ତୀ, ରୋହିଣୀ ପାଣ୍ତେ ଧାରାବିବରଣୀ ପ୍ରଦାନ କରିଥିଲେ। ସୋମବାର ଦିନ ସୋଲାର କଟକ ଓ ୟୁନିୟନ  ସ୍ପୋର୍ଟିଂ  ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

0
0
0
s2sdefault